ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଆମେରିକା ବିଦେଶ ବିଭାଗ ପକ୍ଷରୁ ମନୋନୀତ ହେଲେ ଭବାନୀ

0

ଭୁବନେଶ୍ବର; ‘ସମ୍ବାଦ’ରେ କାର୍ଯ୍ୟରତ ବାର୍ତ୍ତାବିଭାଗର ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଭିଜିଟର୍‌ ଲିଡର୍‌ସିପ୍‌ ପ୍ରୋଗ୍ରାମ୍‌’ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୩ରେ ହେବାକୁ ଥିବା ୟୁନାଇଟେଡ୍ ଷ୍ଟେଟସ୍ ଇଣ୍ଟରନ୍ୟାସନାଲ୍ ଭିଜିଟର୍ ଲିଡରସିପ୍ ପ୍ରୋଗ୍ରାମରେ ଯୋଗ ଦେବେ।

‘କ୍ଲାଇମେଟ୍‌ ଚେଞ୍ଜ୍‌ ଆଣ୍ଡ୍‌ ବାୟୋଡାଇଭର୍ସିଟି କଞ୍ଜର୍‌ଭେସନ୍‌’ ଶୀର୍ଷକ ପ୍ରକଳ୍ପ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ତାଙ୍କୁ ମନୋନୀତ କରିଥିବାରୁ ବରିଷ୍ଠ ସାମ୍ବାଦିକ ଶ୍ରୀ ତ୍ରିପାଠୀ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ୍‌ ୧ ତାରିଖ, ୩ ସପ୍ତାହ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିବେ ଓ ଏପ୍ରିଲ୍‌ ୪ ତାରିଖରେ ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

ଆମେରିକାର ଜଳବାୟୁ ପରିବର୍ତ୍ତନ ନୀତିର ପ୍ରଭାବ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଉପରେ ରହିଛି। ଏହାର ଏକମାତ୍ର କାରଣ ହେଉଛି ଚୀନ୍ ପରେ ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟ ଦେଶ ଅପେକ୍ଷା ଆମେରିକା ୪୦୦ ବିଲିୟନ୍ ମେଟ୍ରିକ୍ ଟନରୁ ଅଧିକ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ କରିଥାଏ ।

ଜଳବାୟୁ ପରିବର୍ତ୍ତନରେ ଆମେରିକା କିଭଳି କାମ କରୁଛି, ସେନେଇ ମୁଁ ତର୍ଜମା କରିବି। ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା ସମ୍ପର୍କରେ ସ୍ଥାନୀୟ ସରକାର, ବେସରକାରୀ ସଙ୍ଗଠନ, ଗଣମାଧ୍ୟମ ଓ ବିଶେଷ କରି ସୋସିଆଲ୍ ମିଡିଆର ମହତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ଅଧ୍ୟୟନ କରିବି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରୀପାଠି।

Leave A Reply

Your email address will not be published.