ନୂଆଦିଲ୍ଲୀ: ଜଣେ କି ଦୁଇଜଣ ନୁହେଁ, ପୂରା ୫୧ ଜଣ ଆର୍ଥିକ ଅପରାଧୀ ଦେଶ ଛାଡ଼ି ବାହାରକୁ ପଳାଇଛନ୍ତି। ପାଖାପାଖି ୧୭,୯୦୦ କୋଟି ଟଙ୍କା ଠକିଛନ୍ତି ଏହି ଠକମାନେ। ଆଜି ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏଭଳି ସାଂଘାତିକ ତଥ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏସବୁ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି। କୌତୂହଳ କଥା ହେଲା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହି ଖିଲାପକାରୀଙ୍କୁ ଋଣ ପ୍ରଦାନ କରାଯାଇଥିଲା। ଏହି ୫୧ ଜଣ ଠକଙ୍କୁ ପ୍ରତ୍ୟର୍ପଣ ପାଇଁ ସିବିଆଇ ସମ୍ପୃକ୍ତ ଦେଶମାନଙ୍କୁ ଲେଖିଛି। ଏମାନଙ୍କ ମଧ୍ୟରେ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକ୍ସି ପ୍ରମୁଖ ଅଛନ୍ତି। ଏମାନେ ଭାରତରୁ ଅର୍ଥ ଠକି ନେଇ କିନ୍ତୁ ବିଦେଶରେ ବେଶ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି।
ପ୍ରମୁଖ ଖବର
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା