ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ପୁରୀରେ ପୁଣି ଅଗ୍ନିକାଣ୍ଡ, ନୀଳାଦ୍ରି କମ୍ପ୍ଲେକ୍ସରେ ନିଆଁ

0

ପୁରୀ: ପୁରୀରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ଅତି ଭୟଙ୍କର ନଥିବାରୁ ଅଗ୍ନିଶମ ବାହିନୀ ଏହାକୁ କମ୍‌ ସମୟ ମଧ୍ୟରେ ଆୟତ୍ତ କରିପାରିଛନ୍ତି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ନୀଳାଦ୍ରି କମ୍ପ୍ଲେକ୍ସର ଭୀମପାତ୍ର ହେରିଟେଜ୍‌ ସୋ’ରୁମ୍‌ରେ ନିଆଁ ଲାଗିଥିଲା। ଏହା ଏକ ଘରୋଇ ସୋ’ରୁମ ଥିଲା। ଏଠାରେ ଓଡ଼ିଶା ‌ହ୍ୟାଣ୍ଡଲୁମ୍‌ର ସାମଗ୍ରୀ ମଧ୍ୟ ବିକ୍ରି ହୋଇଥାଏ। ନିଆଁ ଲାଗିବା କ୍ଷଣି କାର୍ଯ୍ୟରତ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କମ ସମୟ ମଧ୍ୟରେ ଆୟତ୍ତ କରିପାରିଥିଲେ। ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି  ସଂପର୍କରେ ଅବଗତ ହୋଇଛନ୍ତି। ସେ କହିଛନ୍ତି ସଟ୍‌ସର୍କିଟ ଯୋଗୁଁ ସୋ’ରୁମରେ ଛୋଟ ଧରଣର ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତ‌େବେ ଅଗ୍ନିକାଣ୍ଡକୁ ୫ରୁ ୧୦ ମିନିଟ ମଧ୍ୟରେ ଆୟତ୍ତ କରାଯାଇପାରିଛି। ତେଣୁ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ।

ସୂଚନାଯୋଗ୍ୟ, ବୁଧବାର ଲକ୍ଷ୍ମୀ କମ୍ପ୍ଲେକ୍ସ ମାର୍କେଟରେ ଲାଗିଥିବା ନିଆଁକୁ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ୩୬ ଘଣ୍ଟାର ଆକ୍ଳାନ୍ତ ପରିଶ୍ରମ କରି ଶେଷରେ ନିଆଁ ଲିଭାଇବାକୁ ସକ୍ଷମ ହୋଇଛନ୍ତି। ନିଆଁ ଲିଭିବା ପରେ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି। ସେଥିପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ତହସିଲଦାର, ଆଇଆଇସି ଓ ଫାୟାର ଅଫିସରଙ୍କୁ ଗୋଟିଏ ଟିମ୍ ସମସ୍ତ ଦୋକାନୀଙ୍କ ସହ ଆଲୋଚନା କରି ରିପୋର୍ଟ ଦେବେ।

Leave A Reply

Your email address will not be published.