ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ

0

ନୂଆଦିଲ୍ଲୀ; ଆଜି ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଜବାବ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଥିବା ଜଣାପଡ଼ିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିବା ସହ ଏହା ଭାରତୀୟ ପରିବାରର ଚିନ୍ତାଧାରା ବିରୋଧୀ ବୋଲି କହିଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହି ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା ବିରୋଧୀ। ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ପରିବାର ଗଠିତ।  ସହଭାଗୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନାତ୍ମକ ନୁହେିଁ। ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ଦ୍ୱାରା ପୁରୁଷ ’ପିତା’ ଏବଂ ସ୍ତ୍ରୀ ’ମାତା’ ହୋଇଥାନ୍ତି। 

ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ଆମ ଦେଶର ସାମାଜିକ ଓ ଧାର୍ମିକ ମୂଲ୍ୟବୋଧ ଆଧାରିତ ପରିବାରର ଚିନ୍ତାଧାରା ଓ ଏ ସଂକ୍ରାନ୍ତୀୟ ଆଇନକୁ ଅଦାଲତଙ୍କ ପକ୍ଷରେ ବଦଳାଇବା ସମ୍ଭବ ନୁହେଁ। ତେଣୁ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦକୁ ଖାରଜ କରାଯିବା ଉଚିତ୍।

ତେବେ କେନ୍ଦ୍ର ଦାଖଲ କରିଥିବା ଏହି ସତ୍ୟପାଠ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପି.ଏସ୍ ନରସିଂହ ଏବଂ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.