ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ

0

ଭୁବନେଶ୍ବର; ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା । ଏନେଇ ଓଇଆସି ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକଙ୍କ ଉପରେ ପଡ଼ିବନି ବିଦ୍ୟୁତ୍ ବୋଝ । ଚାଷୀଙ୍କ ପାଇଁ ବିଦ୍ୟୁତ ବିଲରେ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଫାଇନ୍ ବ୍ୟବସ୍ଥାକୁ ବାଦ ଦିଆଯାଇଛି ।

ପୂର୍ବଭଳି 0 ରୁ ୫୦ ୟୁନିଟ୍ ପାଇଁ ୩ ଟଙ୍କା ଦେବେ ବିଦ୍ୟୁତ ଉପଭୋକ୍ତା । ୫୦ ରୁ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା ଓ ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୮୦ ପଇସା ଧାର୍ଯ୍ୟ କରାଯାଇଛି । ୪୦୦ ୟୁନିଟ ପରେ ୬ ଟଙ୍କା ୨୦ ପଇସା ଧାର୍ଯ୍ୟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ଏସମ୍ପର୍କରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେହିପରି ରେଳବାଇ ରେ ବିକାଶ ଲାଗି ୟୁନିଟ ପିଛା ୨୫ ପଇସା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଓଇଆରସି । ଗ୍ରାମାଞ୍ଚଳରେ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ଡିପିଏସ୍ ଛାଡ଼ କରାଯାଇଛି ବା ପେନାଲଟି ପଡିବ ନାହିଁ ବୋଲି କମିଶନ ଶୁଣାଣି କରିଛନ୍ତି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ । କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ ୧୩ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଏଆରଆର ଏବଂ ଟାରିଫ ଶୁଣାଣି କରିଥିଲେ।

Leave A Reply

Your email address will not be published.