ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

0

କର୍ଣ୍ଣାଟକ; ଆଜି କର୍ଣ୍ଣାଟକରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ରାଜ୍ୟର ଡାଭାନଗେରେରେ ଆଜି ମୋଦି ରୋଡ୍‌ ଶୋ’ କରୁଥିବା ବେଳେ ଏପରି ଘଟଣା ଘଟିଛି। ମୋଦି ରୋଡ ଶୋ’ କରୁଥିବା ବେଳେ ଜଣେ ଯୁବକ ବ୍ୟାରିକେଡ ଡେଇଁ ତାଙ୍କ ନିକଟକୁ ଦୌଡ଼ି ଯିବାକୁ ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ମୋଦିଙ୍କ ପାଖରେ ପହଞ୍ଚିଲା ପୂର୍ବରୁ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ବାକୁ କରି ନେଇଥିଲେ।

ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏପରି ତ୍ରୁଟି ହୋଇଛି। ପୂର୍ବରୁ ହୁବ୍ବାଲି ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭେଦ କରି ମୋଦିଙ୍କ ଆଡ଼କୁ ଦୌଡ଼ି ଆସିଥିଲେ।  ଆଜି ବ୍ୟାରିକେଡ ଡେଇଁ ଥିବା ଯୁବକ ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଘର କୋପ୍ପାଲ ଜିଲ୍ଲାରେ।

ମୋଦି ସମସ୍ତଙ୍କୁ ହାତ ହଲାଇ ଶୁଭେଚ୍ଛା ମଧ୍ୟ ଜଣାଉଥିଲେ। ଏତିକି ବେଳେ ଭିଡ଼ ମଧ୍ୟରୁ ଜଣେ ଯୁବକ ବ୍ୟାରିକେଡ ଡେଇଁ ମୋଦିଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ ଆଲୋକ କୁମାର ଦେଖିବାକୁ ପାଇଥିଲେ। ଯୁବକ ଜଣଙ୍କ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଆଲୋକ କୁମାର ତାଙ୍କୁ କାବୁ କରି ନେଇଥିଲେ। ଜଣେ ଏସ୍‌ପିଜି କମାଣ୍ଡୋ ମଧ୍ୟ ଯୁବକଙ୍କୁ ଦୌଡ଼ି ଯାଇ ଧରିଥିଲେ। ଫଳରେ ସେ ଆଉ ମୋଦିଙ୍କ ପାଖରେ ପହଞ୍ଚି ପାରି ନଥିଲେ। ଏସବୁ ଘଟଣା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବଭଳି ହାତ ହଲାଇ ଲୋକଙ୍କୁ ଶୁଭେଚ୍ଛା ଜଣାଇ ଆଗକୁ ଚାଲି ଯାଇଥିଲେ। ଘଟଣା ପରେ ପୁଲିସ୍‌ ଯୁବକଙ୍କୁ ଅଟକ ରଖି ସେ କେଉଁ ଉଦ୍ଦେଶ୍ୟରେ ସୁରକ୍ଷାବଳୟ ଭେଦ କରି ମୋଦିଙ୍କ ପାଖକୁ ଯିବାକୁ ଚାହୁଁଥିଲେ, ସେକଥା ଜାଣିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.