ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ

0

ଭୁବନେଶ୍ୱର, ୭/୦୪: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନ୍‌ଜୀବିଙ୍କ ବୃତିରେ ଅନେକ ପରିବର୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନ୍‌ଜୀବି ତଥା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଶ୍ରୀ ଗୋପାଳ କୃଷ୍ଞ ମହାନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫ୍ୟାକଲ୍ଟି ଅଫ୍ ଲ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ର ସପ୍ତମ ବାର୍ଷିକ ଉତ୍ସବ “ଜଷ୍ଟିସିଆ-୨୦୨୩”ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାନ୍ତି ଏହା କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ଆଇନ୍‌ଜୀବି ଶ୍ରୀ ଶାଶ୍ୱତ କୁମାର ଆଚାର୍ଯ୍ୟ ଆଇନ୍‌ଗତ ପେସାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ନିକଟରେ ବର୍ତମାନ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଯୁବାବସ୍ଥା ଓ ସମୟ । ତେଣୁ ଯୁବାବସ୍ଥାରେ ନିଜର ସମସ୍ତ ଶକ୍ତି ଓ ହାତରେ ଥିବା ସମୟର ଉପଯୁକ୍ତ ବିନିଯୋଗ କରିବାର ଆବଶ୍ୟକତା ରହିଛି ।

ସେହିପରି ମୁଟ୍ କୋର୍ଟ, ଇନ୍‌ଟର୍ଣ୍ଣସିପ୍‌, ମକ୍ ଟ୍ରାଏଲ୍‌, ପାର୍ଲାମେଂଟାରୀ ଡିବେଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ । ବର୍ତମାନ ସମୟରେ ଆଇନ୍ ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସେ ଅବଗତ କରାଇଥିଲେ । ସେହିପରି ନିଜ କ୍ୟାରିୟର ଗଢ଼ିବା ପାଇଁ ଉପଯୁକ୍ତ ପ୍ରସ୍ତୁତି, କଠିନ ପରିଶ୍ରମ, ଜ୍ଞାନ ଆହରଣ ନିମନ୍ତେ ଇଚ୍ଛାଶକ୍ତି, କୋର୍ଟରେ ବିଚାରପତି ଓ ଯେଉଁ ପକ୍ଷଙ୍କ ନିମନ୍ତେ ମାମଲା ଲଢ଼ୁଛନ୍ତି ସେମାନଙ୍କ ପ୍ରତି ଅନୁରକ୍ତି ରହିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କର ଭୂମିକା ଓ ଭବିଷ୍ୟତ ସମ୍ପର୍କରେ ଉପଦେଶ ଦେବା ସହ ସୋଆ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସ୍ନିଲ୍‌ର ଉପଦେଷ୍ଟା ତଥା ସିନିୟର ପ୍ରଫେସର (ଡକ୍ଟର) ଜୟଦେବ ପତି, ସିନିୟର ପ୍ରଫେସର (ଡକ୍ଟର) ପ୍ରବୀର କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.