ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ଜାତୀୟ ଦଳର ମାନ୍ୟତା ପାଇଲା ‘ଆପ’

0

ନୂଆଦିଲ୍ଲୀ: ତିନୋଟି ଜାତୀୟ ରାଜନୈତିକ ଦଳ ହରାଇଲେ ମାନ୍ୟତା। ଯଥା ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ଟିଏମସି, ଶରଦ ପାୱାରଙ୍କ ଏନସିପି ହରାଇଲା ଜାତୀୟ ରାଜନୈତିକ ଦଳର ମାନ୍ୟତା  । ସେହିପରି ସିପିଆଇ ବି ହରାଇଲା ଜାତୀୟ ଦଳ ମାନ୍ୟତା। ତେବେ  ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ସଫଳତା ହାସଲ କରିଛି ଏବଂ ଆପକୁ ମିଳିଛି ଜାତୀୟ ଦଳର ମାନ୍ୟତା।ଅନ୍ୟପକ୍ଷରେ ନାଗାଲାଣ୍ଡରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ମେଘାଳୟର ଭଏସ୍ ଅଫ୍ ପିପୁଲ୍ ପାର୍ଟୀ ଏବଂ ତ୍ରିପୁରାର ଟିପ୍ରା ମୋଥାକୁ ରାଜ୍ୟ ରାଜନୈତିକ ଦଳର ମାନ୍ୟତା ଦିଆଯାଇଛି

ତେବେ ଏକ ଜାତୀୟ ଦଳ ହେବା ପାଇଁ ଗୋଟିଏ ଦଳକୁ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ୍ ଭାଗ ଆବଶ୍ୟକ ଏବଂ କେଜ୍ରିୱାଲଙ୍କ ଆପ୍ ଜାତୀୟ ଦଳ ହେବାର ସବୁ ସର୍ତ୍ତ ପୂରଣ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟରେ ଏକ ରାଜ୍ୟ ରାଜନୈତିକ ଦଳ ଭାବରେ ମାନ୍ୟତା ପାଇଛି।

Leave A Reply

Your email address will not be published.