ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଅସହ୍ୟ ତାତିରେ କଲବଲ ଓଡିଶାବାସୀ

0

ଭୁବନେଶ୍ବର; ଆଜି ରାଜ୍ୟର ଅଧିକାଂଶ ଅଂଚଳରେ ତାପମାତ୍ରା ୩୯ ଡିଗ୍ରୀ ତାପମାତ୍ରା ଉପରେ ଥିବାବେଳେ ବାରିପଦା ଓ ଝାରସୁଗୁଡାରେ ତାପମାତ୍ରା ୪୦ ଡିଗ୍ରୀ ରେ ରହିଛି | ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାହାନ୍ତି ଲୋକେ। ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ବାରିପଦାରେ ୪୦ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ଚାନ୍ଦବାଲିରେ ୩୯.୭ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ସମ୍ୱଲପୁରରେ ୩୯.୭ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ. ସୋନପୁରରେ ୩୯.୨ ଡିଗ୍ରୀ, କଟକରେ ୩୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯ ଡିଗ୍ରୀ, ଜଗତସିଂହପୁରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ବାଲେଶ୍ୱରରେ ୩୮ ଡିଗ୍ରୀ, ପାରାଦୀପରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୪.୮ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୬ ଡିଗ୍ରୀ, ଭବାନୀପାଟଣାରେ ୩୮.୫ ଡିଗ୍ରୀ, ବଲାଙ୍ଗିରରେ ୩୮.୫ ଡିଗ୍ରୀ, କୋରାପୁଟରେ ୩୫, ଫୁଲବାଣୀ ୩୫, ଦାରିଙ୍ଗବାଡ଼ିରେ ୩୨.୫, ନୟାଗଡ଼ରେ ୩୮ ଡିଗ୍ରୀ, ଛତ୍ରପୁରରେ ୩୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ, ରାୟଗଡ଼ାରେ ୩୪ ଡିଗ୍ରୀ, ଢେଙ୍କାନାଳରେ ୩୬.୬ ଡିଗ୍ରୀ, ବରଗଡ଼ରେ ୩୮.୨ ଡିଗ୍ରୀ, ଦେବଗଡ଼ରେ ୩୭.୪ ଡିଗ୍ରୀ, ନୂଆପଡ଼ାରେ ୩୫ ଡିଗ୍ରୀ, ନବରଙ୍ଗପୁରରେ ୩୪.୨ ଡିଗ୍ରୀ, ଖୋର୍ଦ୍ଧାରେ ୩୭ ଡିଗ୍ରୀ ଓ ରାଉରକେଲା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.