ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଜାତୀୟ ଦଳର ମାନ୍ୟତା ପାଇଲା ‘ଆପ’

0

ନୂଆଦିଲ୍ଲୀ: ତିନୋଟି ଜାତୀୟ ରାଜନୈତିକ ଦଳ ହରାଇଲେ ମାନ୍ୟତା। ଯଥା ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ଟିଏମସି, ଶରଦ ପାୱାରଙ୍କ ଏନସିପି ହରାଇଲା ଜାତୀୟ ରାଜନୈତିକ ଦଳର ମାନ୍ୟତା  । ସେହିପରି ସିପିଆଇ ବି ହରାଇଲା ଜାତୀୟ ଦଳ ମାନ୍ୟତା। ତେବେ  ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ସଫଳତା ହାସଲ କରିଛି ଏବଂ ଆପକୁ ମିଳିଛି ଜାତୀୟ ଦଳର ମାନ୍ୟତା।ଅନ୍ୟପକ୍ଷରେ ନାଗାଲାଣ୍ଡରେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ), ମେଘାଳୟର ଭଏସ୍ ଅଫ୍ ପିପୁଲ୍ ପାର୍ଟୀ ଏବଂ ତ୍ରିପୁରାର ଟିପ୍ରା ମୋଥାକୁ ରାଜ୍ୟ ରାଜନୈତିକ ଦଳର ମାନ୍ୟତା ଦିଆଯାଇଛି

ତେବେ ଏକ ଜାତୀୟ ଦଳ ହେବା ପାଇଁ ଗୋଟିଏ ଦଳକୁ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ୍ ଭାଗ ଆବଶ୍ୟକ ଏବଂ କେଜ୍ରିୱାଲଙ୍କ ଆପ୍ ଜାତୀୟ ଦଳ ହେବାର ସବୁ ସର୍ତ୍ତ ପୂରଣ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟରେ ଏକ ରାଜ୍ୟ ରାଜନୈତିକ ଦଳ ଭାବରେ ମାନ୍ୟତା ପାଇଛି।

Leave A Reply

Your email address will not be published.