ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ମଧ୍ୟପ୍ରଦେଶର କୁନୋ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ

0

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇ ଚୀତା ଧୀରା ମୃତ୍ୟୁବରଣ କରିଛି । ତେବେ ଏହି ଚୀତାର ମୃତ୍ୟୁ କୌଣସି ରୋଗରେ ନୁହେଁ ବରଂ ଅନ୍ୟ ଏକ ଚିତା ସହ ଲଢ଼େଇରେ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଧୀରା ଅନ୍ୟ ଏକ ଚିତା ସହ ଲଢେଇ କରିଥିଲା ଯେଉଁଥିରେ ତାର ମୃତ୍ୟୁ ହୋଇଯାଇଛି । ପୂର୍ବରୁ ଦକ୍ଷିଣ ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ଦୁଇଟି ଚିତାଙ୍କର ମୃତ୍ୟୁ ହୋଇଯାଇଥିଲା, ଆଉ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି।

ଉଲ୍ଲେଖ ଥାଉ କି ଗତମାସରେ ୬ବର୍ଷର ଚିତା ‘ଉଦୟ’ ମଧ୍ୟ ପ୍ରାଣ ହରାଇଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଏହି ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ଶଶାର ମୃତ୍ୟୁ ଘଟିଥିଲା। ତେବେ କୁନୋ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ କହିଛନ୍ତି ଯେ ଜୁନ୍ ମାସରେ ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଚିତାମାନଙ୍କୁ ଜଙ୍ଗଲରେ ଛଡ଼ାଯିବ | କୁନୋ ଜାତୀୟ ଉଦ୍ୟାନର ସୂତ୍ରରୁ ପ୍ରକାଶ ଯେ ଜୁନ୍ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରୁ ଆଣିଥିବା ଚିତାକୁ ସୁରକ୍ଷିତ ଏନକ୍ଲୋଜରରୁ ବାହାର କରି ଜଙ୍ଗଲରେ ଛାଡିବା ପାଇଁ ପାଇଁ ପ୍ରସ୍ତୁତି ଚାଲିଛି।

ସୂଚନାଥାଉକି, ନାମ୍ବିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ୨୦ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ ଏବେ ୧୭ ଜଣ ବଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଗତ ୧୮ ଫେବ୍ରୁଆରୀରେ ୧୨ ଚିତା ଅଣାଯାଇଥିଲା । ସେହିପରି ଗତ ବର୍ଷ ସେପ୍ଟେମ୍ବରରେ ନାମ୍ବିବ୍ୟାରୁ ୮ଟି ଚିତା ଅଣାଯାଇଥିଲା ।

Leave A Reply

Your email address will not be published.