ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କଳାହାଣ୍ଡିରେ ପୁଣି ପୁଲିସ ଓ ମାଓବାଦୀ ମୁହାଁମୁହିଁ

0

କଳାହାଣ୍ଡିରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣା । ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଆଇନଶୃଙ୍ଖଳା ଏଡିଜି ଉପସ୍ଥିତ । ମାଓ ଅପରେସନ ଓ ଝାରସୁଗୁଡା ଉପନିର୍ବାଚନ ନେଇ ଆଲୋଚନା ଚାଲିଛି ।

ସୂଚନାଯୋଗ୍ୟ, ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥରେ ନକ୍ସଲମାନେ ପୋଷ୍ଟର ଲଗାଇଥିଲେ। ପୋଷ୍ଟରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆଦ୍ୱାନ ଦେଇଥିଲେ। ୧୨ଦଫା ନେଇ ନକ୍ସଲଙ୍କ ଏହି ପୋଷ୍ଟର ମରାଯାଇଥିଲା।

ତେବେ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ମଦନପୁର ଓ ରାମପୁର ଥାନା ପୁଲିସ ଓ ସିଆରପିଏଫ୍‌ ଯବାନମାନେ ମିଳିତ ଭାବେ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଦୀର୍ଘ ସମୟ ସର୍ଚ୍ଚ ଅପରେସନ ଚାଲିବା ପରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା।

ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଯାଇଛି । ସେହିଭଳି ଜଣେ ବରିଷ୍ଠ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ମଦନପୁର ରାମପୁର ଥାନା ମୋହନଗିରି ନିକଟ ତାପରଙ୍ଗ ଜଙ୍ଗଲରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି । ଗୁଳିମାଡରେ ଆହତ ହୋଇଥିବା ପୁଲିସ ଅଧିକାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.