ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

କାଳବୈଶାଖୀ ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା, ଜଣେ ନିଖୋଜ

0

ଖୋର୍ଦ୍ଧା: ଆଜି ଅପରାହ୍ଣରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଚିଲିକା ଉପକୂଳ ଟାଙ୍ଗୀବ୍ଲକ ଅଧୀନ ସରସ୍ୱତୀନଗର ମତ୍ସଜୀବୀଙ୍କର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବାଲିପାଟପୁର ପଂଚାୟତର ସରସ୍ୱତୀନଗର ମତ୍ସ୍ୟଜୀବୀ ସଂଘର ଦୁଷ୍ମନ୍ତ ବେହେରା, ମଳୟ ରଂଜନ ବେହେରାଙ୍କ ସୂଚନାନୁସାରେ, ଆଜି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ପ୍ରାୟ ୬ଟା ବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ୧୨ଟି ନୌକା ୭ ନମ୍ବର କୁଦ ନିକଟରେ ନୌକାଗୁଡ଼ିକୁ କୌଣସି ମତେ ରଖିବାରେ ସକ୍ଷମ ହୋଇଥିଲେ।

କିନ୍ତୁ ଅନ୍ୟ ଏକ ନୌକା କୁଦ ନିକଟରେ ଲାଗିପାରିନଥିଲା ଓ ଚିଲିକା ମଧ୍ୟରେ ଓଲଟି ପଡ଼ିଥିଲା। ଝଡ଼ବର୍ଷା ଥମିବା ପରେ ୧୩ ନମ୍ବର ଡଙ୍ଗାର ଗୁଣନିଧି ବେହେରା (୩୫), ବନମାଳୀ ବେହେରା (୪୪), ଧର୍ମରାଜ ବେହେରା (୩୮), ସିଲୁ ବେହେରା (୩୦)ଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ସହ ଥିବା ମିଥୁନ ବେହେରା (୩୦)କୁ ଠାବ କରିପାରିନଥିଲେ। ଖବର ଲେଖାଯିବା ବେଳକୁ ଗାଁର ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମିଶି ନିଖୋଜ ମିଥୁନକୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି।

ସେମାନଙ୍କ କହିବା କଥା ହେଲା ଡଙ୍ଗାରେ ଥିବା ସମସ୍ତ ମାଛ, ଜାଲ ଆଦି ଚିଲିକାରେ ଡୁବିଯାଇଛି। ଆଜି ନିର୍ଦ୍ଧାରିତ ସମୟରେ କାଳବୈଶାଖୀ ହେବ ବୋଲି ସେମାନଙ୍କୁ ଦୁଇଦିନ ପୂର୍ବେ ମୋବାଇଲ୍ରେ ମେସେଜ ଆସିଥିଲା। ତେବେ ପ୍ରାୟତଃ କାଳବୈଶାଖୀ ଜନିତ ଝଡ଼ବର୍ଷାରେ ମଧ୍ୟ ସେମାନେ ମାଛଧରି ଲେଉଟି ଆସୁଥିଲେ। ଏଥର ମଧ୍ୟ ସହଜରେ ପାର କରିଦେବେ ବୋଲି ଭାବିଥିଲେ, କିନ୍ତୁ ଅଘଟଣ ଘଟିଯାଇଥିଲା।

Leave A Reply

Your email address will not be published.