ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ପ୍ରକାଶ ପାଇଲା ଆଇଏଏସ ପରୀକ୍ଷା ଫଳ: ଟପ୍ ୪ରେ ୪ ଝିଅ

0

ଭୁବନେଶ୍ବର: ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ ୨୦୨୨ । ଏଥର ଝିଅଙ୍କ ବାଜିମାତ୍। ମେରିଟ୍ ଲିଷ୍ଟରେ ଟପ୍‌ରେ ରହିଛନ୍ତି ଇଶିତା କିଶୋରୀ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି ଏନ୍‌ । ପ୍ରଥମ ୪ ଜଣ କୃତୀ ଝିଅ ଅଛନ୍ତି । ଏଥର କୃତକାର୍ଯ୍ୟ ହୋଇଛନ୍ତି ୯୩୩ ଜଣ । ୬୭ ସ୍ଥାନରେ ଅଛନ୍ତି ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା । ୫୧୬ ସ୍ଥାନରେ ଅଛନ୍ତି ତେଜସ୍ବିନୀ ବେହେରା ।

ତେବେ ଓଡିଶାର ସର୍ବଭାରତୀୟ ସ୍ତରରେ ଜଗତସିଂହପୁର ନାଉଗାଁର ଅନୁପ ଦାସ ୩୮ ରୢାଙ୍କ ହାସଲ କରିଛନ୍ତି। ସେହିପରି ବାରିପଦାର ଝିଅ ପ୍ରଣିତା ଦାସ ଜାତୀୟ ସ୍ତରରେ ୪୨ ରାଙ୍କ ହାସଲ କରି ସଫଳତା ପାଇଛନ୍ତି । ଓଡ଼ିଶାରୁ ସୌମ୍ୟରଞ୍ଜନ ଦାଶ ୧୩୬ତମ ସ୍ଥାନ, ସୋନାଲି ମିଶ୍ର- ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ-୧୬୨, ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ-୧୭୬, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ-୨୬୧, ଆକ୍ରିତି ସେଠୀ- ୨୪୯ ସ୍ଥାନରେ ରହିଛନ୍ତି। ସତ୍ୟପ୍ରକାଶ ମିଶ୍ର ୨୬୧,  ୩୩୪ ରାଙ୍କରେ ଆୟୁଷୀ ପ୍ରଧାନ, ୫୧୬ ରାଙ୍କରେ ତେଜସ୍ବିନୀ ବେହେରା, ରାକେଶ କୁମାର ସାହୁ ୫୭୫, ଶୁଭସ୍ନିଗ୍ଧା ସେଠୀ ୬୮୦ ରାଙ୍କରେ ରହିଛନ୍ତି। ୬୭୦ ତମ ସ୍ଥାନରେ ପ୍ରଥମା ପ୍ରତୀକ୍ଷା ପ୍ରଧାନ, ଶୁଭମ୍ ମିଶ୍ରଙ୍କ ୬୮୮ତମ ସ୍ଥାନ, ନିବେଦିତା ଦାସ-୮୪୮, ମାନସ ଜ୍ୟୋତି ଦାସ-୮୮୧ ଓ ହରେକୃଷ୍ଣ ମେହେର ୯୩୧ ରାଙ୍କରେ ରହିଛନ୍ତି।

ସର୍ବଭାରତୀୟ ସ୍ତରର ପରୀକ୍ଷାରେ ମୋଟ ୯୩୩ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ ଓଡ଼ିଶାରୁ ମୋଟ ୧୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ସିଭିଲ୍‌ ସର୍ଭିସରେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.