ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

ଚଳିତବର୍ଷ ଅପରାହ୍ନ ୪ଟାରୁ ହେବ ରଥଟଣା

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ। ସକାଳ ୬ଟାରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ନୀତି କରାଯିବ। ଏହାପରେ ଦ୍ବାରପାଳ ପୂଜା, ବେଶ ଶେଷ ହେବ। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡି ଭୋଗ ଲାଗି ହେବ।

ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ସାଢେ ୯ଟାରେ ପହଣ୍ଡି ଆରମ୍ଭ ହୋଇ ସାଢେ ୧୨ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ଅପରାହ୍ନ ୨ଟା ୩୦ରୁ ସାଢେ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ । ଏହାପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ। ପରେ ୪ଟାରୁ ରଥ ଟଣା ହେବ । ରଥ ଟଣା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.