ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଦିନଗଡୁଛି, ବିପଦ ବଢୁଛି

0
  • ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲା
  • ଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର ପରବର୍ତୀ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚାଇ ଦେଇଛନ୍ତି। ଆଜି ଉଭୟ ରାଜ୍ୟ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଇଥିଲେ।

ମିଳିଥିବା ଖବର ଅନୁସାରେ, ଆସନ୍ତା ଜାନୁଆରି ମାସରେ ଉଭୟ ରାଜ୍ୟ ଦ୍ବିତୀୟ ଥର ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ଜାନୁଆରି ୪ ତାରିଖ ଦିନ ଛତିଶଗଡ ଓ ୧୬ ତାରିଖ ଦିନ ଓଡ଼ିଶାରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେ।

କିନ୍ତୁ ଚିନ୍ତାର ବିଷୟ ହେଉଛି, ମାମଲାଟି ଦିନକୁ ଦିନ ଗମ୍ଭୀର ମୋଡ ନେଉଛି। ସୂଚନା ମିଳୁଛି ଯେ ଏହା ଢେର୍ ଦିନ ଯାଏ ଚାଲିବ। କିନ୍ତୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାର ପ୍ରକଳ୍ପ ବନ୍ଦ କରିବା ନେଇ ରାଜ୍ୟ ସରକାର ଯେଉଁଦାବି ଜଣାଇଥିଲେ, ତାହା ଉପରେ ଠୋସ୍ କିଛି ନିଷ୍ପତ୍ତି ଏଯାଏ ହେଲା ନାହିଁ। ଡିସେମ୍ବର ମାସ ବେଳକୁ ମହାନଦୀ ସମେତ ବିଭିନ୍ନ ନଦୀ ଶଯ୍ୟା ଏବେ ଶୁଖିଲା ପଡିଛି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାର ଏବେ ଏହି ପ୍ରସଙ୍ଗକୁ ସବୁଠାରୁ ଅଧିକ ଗୁରୁତ୍ବ ଦେବା କଥା। କାରଣ ଓଡ଼ିଶା ପାଇଁ ଏହା ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ନଦୀରେ ଜଳ ପ୍ରବାହ କମିବା କାରଣରୁ ଭୂତଳ ଜଳ ଚାର୍ଜ ତ ହେଉନାହିଁ, ଓଲଟା ସମୁଦ୍ରର ଲୁଣା ପାଣି ମାଟି ତଳେ ସ୍ଥଳ ଭାଗକୁ ମାଡ଼ି ଆସିଲାଣି। ଏମିତି ହେଲେ, ଓଡ଼ିଶା ଯେଉଁ କ୍ଷତି ସହିବ, ତାକୁ ଏବେ କି କେବେ ଭରଣା କରାଯାଇପାରିବ ନାହିଁ। ବିଶେଷକରି ପୁରୀ, କୋଣାର୍କ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଗୋପାଳପୁର ଭଳି ଅଞ୍ଚଳର ପର୍ଯ୍ୟଟନ ଧ୍ବସ୍ତ ବିଧ୍ବସ୍ତ ହୋଇଯିବ। ଚିଲିକା ପ୍ରତି ମଧ୍ୟ ବିପଦ ବଢିଯିବ।

Leave A Reply

Your email address will not be published.