ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଦିନଗଡୁଛି, ବିପଦ ବଢୁଛି

0
  • ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲା
  • ଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର ପରବର୍ତୀ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚାଇ ଦେଇଛନ୍ତି। ଆଜି ଉଭୟ ରାଜ୍ୟ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଇଥିଲେ।

ମିଳିଥିବା ଖବର ଅନୁସାରେ, ଆସନ୍ତା ଜାନୁଆରି ମାସରେ ଉଭୟ ରାଜ୍ୟ ଦ୍ବିତୀୟ ଥର ପାଇଁ କ୍ଷେତ୍ର ପରିଦର୍ଶନ କରିବେ। ଜାନୁଆରି ୪ ତାରିଖ ଦିନ ଛତିଶଗଡ ଓ ୧୬ ତାରିଖ ଦିନ ଓଡ଼ିଶାରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବେ।

କିନ୍ତୁ ଚିନ୍ତାର ବିଷୟ ହେଉଛି, ମାମଲାଟି ଦିନକୁ ଦିନ ଗମ୍ଭୀର ମୋଡ ନେଉଛି। ସୂଚନା ମିଳୁଛି ଯେ ଏହା ଢେର୍ ଦିନ ଯାଏ ଚାଲିବ। କିନ୍ତୁ ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାର ପ୍ରକଳ୍ପ ବନ୍ଦ କରିବା ନେଇ ରାଜ୍ୟ ସରକାର ଯେଉଁଦାବି ଜଣାଇଥିଲେ, ତାହା ଉପରେ ଠୋସ୍ କିଛି ନିଷ୍ପତ୍ତି ଏଯାଏ ହେଲା ନାହିଁ। ଡିସେମ୍ବର ମାସ ବେଳକୁ ମହାନଦୀ ସମେତ ବିଭିନ୍ନ ନଦୀ ଶଯ୍ୟା ଏବେ ଶୁଖିଲା ପଡିଛି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାର ଏବେ ଏହି ପ୍ରସଙ୍ଗକୁ ସବୁଠାରୁ ଅଧିକ ଗୁରୁତ୍ବ ଦେବା କଥା। କାରଣ ଓଡ଼ିଶା ପାଇଁ ଏହା ଏକ ସାଂଘାତିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ନଦୀରେ ଜଳ ପ୍ରବାହ କମିବା କାରଣରୁ ଭୂତଳ ଜଳ ଚାର୍ଜ ତ ହେଉନାହିଁ, ଓଲଟା ସମୁଦ୍ରର ଲୁଣା ପାଣି ମାଟି ତଳେ ସ୍ଥଳ ଭାଗକୁ ମାଡ଼ି ଆସିଲାଣି। ଏମିତି ହେଲେ, ଓଡ଼ିଶା ଯେଉଁ କ୍ଷତି ସହିବ, ତାକୁ ଏବେ କି କେବେ ଭରଣା କରାଯାଇପାରିବ ନାହିଁ। ବିଶେଷକରି ପୁରୀ, କୋଣାର୍କ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଗୋପାଳପୁର ଭଳି ଅଞ୍ଚଳର ପର୍ଯ୍ୟଟନ ଧ୍ବସ୍ତ ବିଧ୍ବସ୍ତ ହୋଇଯିବ। ଚିଲିକା ପ୍ରତି ମଧ୍ୟ ବିପଦ ବଢିଯିବ।

Leave A Reply

Your email address will not be published.