ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି

0

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା ଦୁଇ ହଜାର ଟଙ୍କିଆ ବଦଳ ଅବଧି। ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବିନିମୟ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ, ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ।

ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ। ଏହି କାର୍ଯ୍ୟାଳୟ ମଧ୍ୟରୁ କେଉଁଠାରେ ମଧ୍ୟ ୨ ହଜାର ଟଙ୍କାର ବ୍ୟାଙ୍କ ନୋଟ ବିନା କୌଣସି ସୀମାରେ ଜମା କରିପାରିବେ । ଯଦି ୭ ଅକ୍ଟୋବର ପର୍ଯ୍ୟନ୍ତ କୌଣସି ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ବା ଜମା ସ୍ୱୀକାର କରିବାକୁ ମନା କରନ୍ତି ତେବେ ଆପଣ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଏହାର ଅଭିଯୋଗ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ ୧୯ରେ ସେହି ବଡ଼ ନୋଟ୍‌ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା।

Leave A Reply

Your email address will not be published.