ପ୍ରମୁଖ ଖବର

୫୦ ଦିନ ପରେ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ
ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର

0

ଚାଇନା: ଇତିହାସ ରଚିଲେ କିଶୋର ଜେନା। ଏସୀୟ କ୍ରୀଡ଼ାରେ ଜିତିଲେ ରୌପ୍ୟ। ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି ଭାରତ । ଭାରତର ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପ୍ରଦର୍ଶନ କରି ସ୍ବର୍ଣ୍ଣ ହାତେଇଚନ୍ତି। ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଇତିହାସ ରଚିଛନ୍ତି  ଓଡ଼ିଆ ପୁଅ କିଶୋର କୁମାର ଜେନା । ସେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ଜାପାନର ଡିନ ରୋଡରିକ୍ ଗେନକି ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

ଭାରତର ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ୪ର୍ଥ ପ୍ରୟାସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏକ ପ୍ରକାରର ନିଶ୍ଚିତ କରିଥିଲେ। ଭାରତକୁ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ମିଳିଛି।  

Leave A Reply

Your email address will not be published.