ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଅପରାହ୍ନରେ ବସିବ ଛତିଶାନିଯୋଗ ବୈଠକ

0

ପୁରୀ:  ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତନିବାସରେ ବସିବ ଛତିଶାନିଯୋଗ ବୈଠକ । କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଆଜି ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯିବା ସହ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ଓ ସେହି ସମୟରେ ମହାପ୍ରଭୁଙ୍କ ଠାରେ ଲାଗି ବାଳଭୋଗ କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । 

ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରେ ପଡୁଥିବା ରାହୁ ଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣରେ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ କେତେବେଳେ ଶ୍ରୀମନ୍ଦିର ସିଂହଦ୍ଵାର ଫିଟାଯାଇ  କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ ସେନେଇ ମଧ୍ୟ ଆଲୋଚନା ହେବ। ଏହାଛଡା,ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ଅଶାଳୀନ ପୋଷାକ ପରିଧାନ କଟକଣା । ହେଲେ ଏହାକୁ ନେଇ ବିବାଦ ଉଠିଛି । ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତଙ୍କୁ ଯେଉଁ କର୍ମଚାରୀମାନେ ଯାଞ୍ଚ କରିବେ ସମସ୍ତେ ପୁରୁଷ । ଏପରି ସ୍ଥଳେ ମହିଳା ଭକ୍ତଙ୍କୁ ଯାଞ୍ଚ ନେଇ ଆପତ୍ତି ଉଠିଛି । ତେଣୁ ଆଜିର ବୈଠକରେ ଏପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି। ସେହିପରି ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଅନୁମୋଦନ ମଧ୍ୟ କରାଯିବ ।

Leave A Reply

Your email address will not be published.