ପ୍ରମୁଖ ଖବର

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଇଂଲଣ୍ଡକୁ ୬୯ ରନରେ ହରାଇଲା ଆଫଗାନିସ୍ତାନ

0

ନୂଆଦିଲ୍ଲୀ:  ବିଶ୍ବକପ୍ କ୍ରିକେଟର ଆଫଗାନିସ୍ତାନ ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି । ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ବ୍ରୁକ୍ କିଛି ସମୟ ଲଢେଇ କରି ୬୬ ରନ କରିଥିଲେ । ଡାଓ୍ବିଡ୍ ମଲାନ ୩୨ ରନ କରିଥିଲେ ।

ଉଲ୍ଲେଖ ଥାଉକି, ବିଶ୍ୱକପ୍ ଦିନିକିଆରେ ଆଜି ମୁହାଁମୁହିଁ ହୋଇଥିଲେ ଇଂଲଣ୍ଡ ଓ ଆଫଗାନିସ୍ତାନ। ଆଫଗାନିସ୍ତାନ ପ୍ରଥମ ପାଳି ଆରମ୍ଭ କରି ଇଂଲଣ୍ଡ ଆଗରେ ୨୮୫ ରନର ଟାର୍ଗେଟ ରଖିଛି। ନିର୍ଦ୍ଧାରିତ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରେହ କରିଛି ୨୮୪ ରନ୍। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆଫଗାନିସ୍ତାନର ରହମଉହ୍ଲା ଗୁର୍ବାଜ ଓ ଇବ୍ରାହିମ ଜର୍ଦାନ ପାଳି ଆରମ୍ଭ କରିଥିଲେ।

Leave A Reply

Your email address will not be published.