ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଆସନ୍ତା ୨୦ ତାରିଖରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

0

ଭୁବନେଶ୍ବର: ରାଜଧାନୀରେ ମିଳିବନି କଞ୍ଚା ପରିବା। ଚେତାବନୀ ଦେଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ । ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ସଂଘ। ଏହା ସହ ଆହୁରି ୧୦ ଦଫା ଦାବିକୁ ନେଇ ମଧ୍ୟ ସଂଘ ଆନ୍ଦୋଳନ କରିବ।

ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା  ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ  ଯିବାର ଏକମାତ୍ର ରାସ୍ତା। ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।

୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ 

ଆନ୍ଦୋଳନ ହେଲେ ଏହାର  ପ୍ରଭାବ  ଭୁବନେଶ୍ୱର ସହର ସମେତ ପୁରୀ,ବ୍ରହ୍ମଗିରୀ,ନିମାପଡ, ଅସ୍ତରଙ୍ଗ, କାକଟପୁର, ଖୋର୍ଦ୍ଧା, ଜଟଣୀ ଉପରେ ମଧ୍ୟ ପଡିବ । ଅନ୍ୟପଟେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ପାର୍ବଣ ଋତୁ ଚାଲିଛି, ତେଣୁ ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ । ଆବଶ୍ୟକ ପଡିଲେ  ମହାସଂଘକୁ ଡକାଇ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

Leave A Reply

Your email address will not be published.