ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଓହରିଗଲେ ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ବେଞ୍ଚରୁ ଆଜି ପ୍ରଧାନ ବିଚାରପତି ଏସ୍ ଏ ବୋବଡେ ଓହରିଯାଇଛନ୍ତି। ଏହି ମାମଲାର ଦୋଷୀ ଅକ୍ଷୟ ସିଂଙ୍କ ରିଭ୍ୟୁ ପିଟିସନ ଶୁଣାଣି ପୂର୍ବରୁ ପ୍ରଧାନ ବିଚାରପତିଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଏହି ମାମଲାରେ ପୀଡିତାଙ୍କ ପକ୍ଷରୁ ଏକଦା ତାଙ୍କର ଝିଅ ମାମଲା ଲଢୁଥିବା ପରିପ୍ରେକ୍ଷୀରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

୨୦୧୭ ନିର୍ଭୟା ମାମଲାରେ ଅକ୍ଷୟ ସିଂଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏହା ବିରୋଧରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ପ୍ରଧାନ ବିଚାରପତି ଏ ଏସ୍ ବୋବଡେ, ବିଚାରପତି ଆର୍ ବାନୁମତି, ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାର ଶୁଣାଣି କରିବାର ଥିଲା। ଏବେ ଏହି ମାମଲାଟି ଅନ୍ୟ ବେଞ୍ଚରେ ଶୁଣାଣି ହେବ। ଅଭିଯୁକ୍ତ ପକ୍ଷରୁ ଲଢୁଥିବା ଓକିଲ ଏ କେ ସିଂହ ଯୁକ୍ତି କରିଥିଲେ ଯେ ରାଜନୈତିକ ଓ ଗଣମାଧ୍ୟମ ଚାପରେ ଦୋଷୀଙ୍କ ପ୍ରତି ଯଥେଷ୍ଟ ଅନ୍ୟାୟ କରାଯାଇଛି।

Leave A Reply

Your email address will not be published.