ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଶ୍ରୀଧରଙ୍କ ହାତରେ ନାଲକୋ ଦାୟିତ୍ବ

0

ଭୁବନେଶ୍ବର: ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କେନ୍ଦ୍ର ସରକାର ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଶ୍ରୀ ପାତ୍ର ନାଲକୋର ନିର୍ଦେଶକ (ବିତ୍ତ) ଭାବେ କାର୍ଯ୍ୟ କରୁଛନ୍ତି। ନଭେମ୍ବର ୩୦ ତାରିଖରେ ନାଲକୋ ସିଏମଡି ପଦବିରେ ଥିବା ତପନ ଚାନ୍ଦ ଅବସର ନେବା ପରେ ଶ୍ରୀ ପାତ୍ରଙ୍କୁ କେନ୍ଦ୍ର ସରକାର କାମଚଳା ସିଏମଡି ଭାବେ ନିଯୁକ୍ତି ଦେଇଥିଲେ। ପରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ପକ୍ଷରୁ ତାଙ୍କ ନାମ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ନିକଟକୁ ପଠାଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଶ୍ରୀ ପାତ୍ର ବିଦ୍ୟାସାଗର ବିଶ୍ବବିଦ୍ୟାଳୟରୁ ଏମବିଏ (ମାନବ ସମ୍ବଳ ବିକାଶ) ପାସ୍ କରିଥିଲେ। ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନର ମଧ୍ୟ ସଭ୍ୟ ଅଛନ୍ତି। ଗତ ୩୦ ବର୍ଷ ଧରି ଭାରତ ବର୍ଷରେ ଦକ୍ଷ ପ୍ରଶାସକ ଭାବେ ତାଙ୍କର ନାମ ରହିଛି।

Leave A Reply

Your email address will not be published.