ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଶ୍ରୀଧରଙ୍କ ହାତରେ ନାଲକୋ ଦାୟିତ୍ବ

0

ଭୁବନେଶ୍ବର: ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ କେନ୍ଦ୍ର ସରକାର ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲଗାଇବା ପରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଶ୍ରୀ ପାତ୍ର ନାଲକୋର ନିର୍ଦେଶକ (ବିତ୍ତ) ଭାବେ କାର୍ଯ୍ୟ କରୁଛନ୍ତି। ନଭେମ୍ବର ୩୦ ତାରିଖରେ ନାଲକୋ ସିଏମଡି ପଦବିରେ ଥିବା ତପନ ଚାନ୍ଦ ଅବସର ନେବା ପରେ ଶ୍ରୀ ପାତ୍ରଙ୍କୁ କେନ୍ଦ୍ର ସରକାର କାମଚଳା ସିଏମଡି ଭାବେ ନିଯୁକ୍ତି ଦେଇଥିଲେ। ପରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ପକ୍ଷରୁ ତାଙ୍କ ନାମ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ନିକଟକୁ ପଠାଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଶ୍ରୀ ପାତ୍ର ବିଦ୍ୟାସାଗର ବିଶ୍ବବିଦ୍ୟାଳୟରୁ ଏମବିଏ (ମାନବ ସମ୍ବଳ ବିକାଶ) ପାସ୍ କରିଥିଲେ। ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନର ମଧ୍ୟ ସଭ୍ୟ ଅଛନ୍ତି। ଗତ ୩୦ ବର୍ଷ ଧରି ଭାରତ ବର୍ଷରେ ଦକ୍ଷ ପ୍ରଶାସକ ଭାବେ ତାଙ୍କର ନାମ ରହିଛି।

Leave A Reply

Your email address will not be published.