ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଗିରଫ ହେଲେ ଡାକ୍ତର ସୁଦର୍ଶନ ବେହେରା

0

ବଲାଙ୍ଗିର: ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ଆୟଠାରୁ ୧୧୩% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କହିଛି।

ଉଲ୍ଲେଖଯୋଗ୍ୟ; ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଡାକ୍ତର ବେହେରାଙ୍କ ଗାଁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଶ୍ରୀରାମଚନ୍ଦ୍ରପୁରର ନହଳାସ୍ଥିତ ଘର, ଜୟପୁରସ୍ଥିତ ଘର, ପୁରୀ ସଦର ବ୍ଲକ କାଶୀହରିପୁରସ୍ଥିତ ଘର, ସାକ୍ଷୀଗୋପାଳର ଗୋପୀନାଥ ଡାକ୍ତରଖାନା, ଗୋପ ଥାନା ସୋରିସିଆପଡ଼ାର ଶିମିଳି ଗାଁରେ ଥିବା ଘର, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ୍‌ କଲେଜ ଓ ଡାକ୍ତରଖାନା କାର୍ଯ୍ୟାଳୟ, ସମ୍ବଲପୁର ସିଆରପିଏଫ୍‌ କ୍ୟାମ୍ପସ ସ୍ଥିତ କ୍ବାର୍ଟର ଆଦି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଚଢ଼ଉ ପାଇଁ ୭ ଡିଏସପି, ୫ ଇନ୍ସପେକ୍ଟର ଓ ୮ ଏଏସ୍ଆଇ ସାମିଲ ହୋଇଥିଲେ।

ଚଢ଼ଉ ବେଳେ ଡା. ବେହେରାଙ୍କ ନାଁରେ ସାକ୍ଷୀଗୋପାଳ ବ୍ଲକ ଛକରେ ୪୫୦୦ ବର୍ଗଫୁଟରେ ତିନି ମହଲା ଘର, ଶ୍ରୀରାମଚନ୍ଦ୍ରପୁର ନହଳାରେ ଦୁଇମହଲା କୋଠା, ଗୋପ ସୋରିଷିଆପଡ଼ାରେ ଏକମହଲା କୋଠା, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଦୋକାନ ଘର ଠାବ କରାଯାଇଛି। ସେହିପରି ଭୁବନେଶ୍ବର, ଗୋପ, ପିପିଲି ଓ ସତ୍ୟବାଦୀରେ ୨୮ ପ୍ଲଟ୍, ୩ଟି ଦାମୀ ଚାରିଚକିଆ, ୧୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ଆସବାବପତ୍ର ଠାବ କରାଯାଇଛି।

ପୋଷ୍ଟାଲ ଓ ଅନ୍ୟ କେଉଁଠି ଟଙ୍କା ଜମା ରହିଛି କି ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ସେହିପରି ୩୨ ଲକ୍ଷ ଟଙ୍କାର ତିନିଟି ଦାମୀ ଗାଡ଼ି ମଧ୍ୟ ଠାବ କରାଯାଇଛି। ବିପୁଳ ପରିମାଣର ସମ୍ପତ୍ତି ଜବତ କରିବା ପରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଡାକ୍ତର ସୁଦର୍ଶନ ବେହେରାଙ୍କୁ ପଚରାଉଚରା କରାଯାଉଛି। ମୋଟ ସମ୍ପତ୍ତିର ପରିମାଣ ହିସାବ କରାଯାଉଛି। ଏହା କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରୁଛି ଭିଜିଲାନ୍ସ।

Leave A Reply

Your email address will not be published.