ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
20ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅବପାତ ପ୍ରଭାବ ରେ ଉପକୂଳ ଓଡ଼ିଶା ରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗର ରେ ସୃଷ୍ଟି ହେଲା ଅବପାତ, ୨୪ ଘଣ୍ଟା ରେ ନେବ ଗଭୀର ଅବପାତ ର ରୂପ । ଏବେ ଉତ୍ତର ପଶ୍ଚିମ ଦିଗ ରେ ରେ ଘଣ୍ଟା ପ୍ରତି ୧୩କିମି ବେଗ ରେ ଅଗ୍ରସର ହେଉଛି। ଏହା ପରେ ଉତ୍ତର – ଉତ୍ତର- ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୧୬ ତାରିଖ ସକାଳ ସମୟ ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳ ରେ ପହଞ୍ଚିବ। ପରେ ପୁଣି ରିକର୍ଭ୍ କରି ଉତ୍ତର – ଉତ୍ତର- ପୂର୍ବ ଦିଗ ରେ ଗତି କରି ୧୭ ତାରିଖ ସକାଳେ ଏକ ଗଭୀର ଅବପାତ ରୂପ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍ ସଂଲଗ୍ନ ଓଡ଼ିଶା ଉପକୂଳ ରେ ପହଞ୍ଚିବ।

ପ୍ରଭାବ ରେ ଆଜି ଠାରୁ ଓଡ଼ିଶା ଉପକୂଳ ରେ ମେଘୁଆ ପାଗ ରହିଛି। ଆଜି ରାତି ଠାରୁ ଅଳ୍ପ କିଛି ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖ ରେ ଓଡ଼ିଶା ଉପକୂଳ ର ଅନେକ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି ସନ୍ଧ୍ୟା ପରେ ଓଡ଼ିଶା ଉପକୂଳ ସମୁଦ୍ର ରେ ପବନ ର ବେଗ ୪୦-୫୦ କିମି ରହିପାରେ। ୧୮ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.