ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଅବପାତ ପ୍ରଭାବ ରେ ଉପକୂଳ ଓଡ଼ିଶା ରେ ଆସନ୍ତା ୪୮ ଘଣ୍ଟା ଯାଏଁ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗର ରେ ସୃଷ୍ଟି ହେଲା ଅବପାତ, ୨୪ ଘଣ୍ଟା ରେ ନେବ ଗଭୀର ଅବପାତ ର ରୂପ । ଏବେ ଉତ୍ତର ପଶ୍ଚିମ ଦିଗ ରେ ରେ ଘଣ୍ଟା ପ୍ରତି ୧୩କିମି ବେଗ ରେ ଅଗ୍ରସର ହେଉଛି। ଏହା ପରେ ଉତ୍ତର – ଉତ୍ତର- ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୧୬ ତାରିଖ ସକାଳ ସମୟ ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳ ରେ ପହଞ୍ଚିବ। ପରେ ପୁଣି ରିକର୍ଭ୍ କରି ଉତ୍ତର – ଉତ୍ତର- ପୂର୍ବ ଦିଗ ରେ ଗତି କରି ୧୭ ତାରିଖ ସକାଳେ ଏକ ଗଭୀର ଅବପାତ ରୂପ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍ ସଂଲଗ୍ନ ଓଡ଼ିଶା ଉପକୂଳ ରେ ପହଞ୍ଚିବ।

ପ୍ରଭାବ ରେ ଆଜି ଠାରୁ ଓଡ଼ିଶା ଉପକୂଳ ରେ ମେଘୁଆ ପାଗ ରହିଛି। ଆଜି ରାତି ଠାରୁ ଅଳ୍ପ କିଛି ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ୧୬ ଓ ୧୭ ତାରିଖ ରେ ଓଡ଼ିଶା ଉପକୂଳ ର ଅନେକ ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଆଜି ସନ୍ଧ୍ୟା ପରେ ଓଡ଼ିଶା ଉପକୂଳ ସମୁଦ୍ର ରେ ପବନ ର ବେଗ ୪୦-୫୦ କିମି ରହିପାରେ। ୧୮ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.