ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସୋଆ ‘କ୍ରିଏଟିଭୋ’ ପକ୍ଷରୁ ଶିଶୁ ଦିବସରେ “ଉର୍ଜା- ୨୦୨୩”

0

ଭୁବନେଶ୍ୱର, ୧୫/୧୧ : ଶିଶୁମାନେ ଗୋଟିଏ ଜାତିର ହୃତପିଣ୍ଡ । ଶିଶୁ ମାନଙ୍କ ମଧ୍ୟରେ ଲୁଚିରହିଥିବା ପ୍ରତିଭାର ବିକାଶ ହିଁ ଗୋଟିଏ ଦେଶ ବା ଜାତିକୁ ଅଗ୍ରଗାମୀ କରିପାରିବ । ଆମେ ସମସ୍ତେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟକରିବା ଉଚିତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍ସ (ଆଇଏଏସ୍‌)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଉର୍ଜା ୨୦୨୩’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ‘ଉର୍ଜା ୨୦୨୩’ର ପରିକଳ୍ପନା ଏକ ଅନନ୍ୟ ପଦକ୍ଷେପ ଓ କ୍ରିଏଟିଭୋ ଶାଖା ନିଶ୍ଚୟ ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ସେତୁବନ୍ଧ ବୋଲି ମଧ୍ୟ ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ପିଲାମାନଙ୍କ ପ୍ରତିଭାର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀମତି ଦାସ ଆଶା ପ୍ରକାଶ କରିଥିଲେ । ପୂର୍ବରୁ ଏହି କ୍ଳବ ଅଧୀନରେ ଚାଷୀମାନଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ‘ଆଶା’ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ସ୍ଥାନୀୟ ଅଂଚଳ ନିକଟବର୍ତୀ ଗାଁ ଗୁଡିକର କୃଷକମାନେ ବେଶ ଉପକୃତ ହେଉଛନ୍ତି ବୋଲି ଓ ଏ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ପ୍ରତି ସୋଆ କୃଷିବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ଗୁରୁତ୍ୱର ସହ ନେଉଛନ୍ତି ବୋଲି ଶ୍ରୀମତି ଦାସ କହିଥିଲେ ।

ଏହି ଉତ୍ସବରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ ଶିଶୁମାନଙ୍କ ବିକାଶ ଦିଗରେ ବିଦ୍ୟାଳୟର ଅବଦାନ ଉପରେ ବିଶେଷ ଆଲୋକପାତ କରିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ବିକାଶର ଆରମ୍ଭ ସେମାନଙ୍କ ପରିବାରରୁ ହୁଏ ଓ ଏଥିପାଇଁ ଦେଶର ପ୍ରତ୍ୟେକ ଅଭିଭାବକ ସଚେତନ ହେବା ଦରକାର ବୋଲି ସେ କହିଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସହିତ ସରଳ ଗପ, ଗୀତ, ନାଟକ ହିଁ ସଂସ୍କୃତି ପରମ୍ଫରା ଓ ଆମ ଐତିହ୍ୟ ଆଡକୁ ଶିଶୁ ମାନଙ୍କୁ ଆକର୍ଷିତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କ୍ରିଏଟିଭୋର ମୁଖ୍ୟ ସଂଯୋଜକ ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସୋଆ ର ‘କ୍ରିଏଟିଭୋ’ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦର୍ଶକମାନଙ୍କୁ ବିଭୋର କରିଥିଲେ । ପରେ ପରେ କୃତି ପ୍ରତିଯୋଗୀ ତଥା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶତାଧିକ ଶିଶୁମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ । ଡକ୍ଟର ବି୩⁄୪ୁପ୍ରିୟା ପାତ୍ର, ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ଡକ୍ଟର ଦୀପାଲି ଦାଶ, ଶ୍ରୀ ମାନସ ଦାସ, ରାଜୀବ କୁମାର ବେହେରା, ଡକ୍ଟର ରାକେଶ ରୋଶନ୍ ଶତପଥୀ, ଶ୍ରୀ ବିଦ୍ୱାନ୍ ରଞ୍ଜନ ସାହୁ, ଡକ୍ଟର ଏସ୍‌.ପି. ମୋନାଲିସା, ସୁବ୍ରତ କୁମାର ସେନାପତି, ବିଶ୍ୱଜିତ୍ ମିଶ୍ର, ଅମରେନ୍ଦ୍ର ଆଚାର୍ଯ୍ୟ, ଶୁଭ୍ରା ମିଶ୍ର, ଆଦ୍ୟାଶକ୍ତି ଚାନ୍ଦ ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।

ଶିଶୁ ଦିବସର ଅବ୍ୟବହିତ ପୂର୍ବରୁ କ୍ରିଏଟିଭୋ ପକ୍ଷରୁ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ଗୀତ , ଛଦ୍ମବେଶ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ‘ଉର୍ଜା ୨୦୨୩’ ଉତ୍ସବରେ ଯୋଗଦେବାକୁ ଆସିଥିବା ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଫାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍ସ ପରିସରରେ ଏକ ସ୍ବତନ୍ତ୍ର ବୈଷୟିକ ସଂଗ୍ରହାଳୟ ମଧ୍ୟ ଉଦ୍‌ଘାଟିତ ହୋଇଥିଲା ।

Leave A Reply

Your email address will not be published.