ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷା

0

ଚେନ୍ନାଇ:  ଏବେ ବଙ୍ଗୋପସାାଗରରେ ଅଧିକ ମାତ୍ରାରେ ଘନୀଭୁତ ହୋଇ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା  ‘ମିଚାଓଙ୍ଗ’। ଏହା ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ନାଗାପାଟ୍ଟିନମ୍ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ତିରୁଭାଲୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି ଏବଂ ମହାନଗରର ତଳିଆ ଅଞ୍ଚଳରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି।

ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁ ଚେନ୍ନାଇ ବିମାନବନ୍ଦରରେ ପାଣି ପଶି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚେନ୍ନାଇରେ ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.