ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷା

0

ଚେନ୍ନାଇ:  ଏବେ ବଙ୍ଗୋପସାାଗରରେ ଅଧିକ ମାତ୍ରାରେ ଘନୀଭୁତ ହୋଇ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଉଛି ସାମୁଦ୍ରିକ ବାତ୍ୟା  ‘ମିଚାଓଙ୍ଗ’। ଏହା ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଚାଲିଛି । ଉତ୍ତର ଉପକୂଳ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ନାଗାପାଟ୍ଟିନମ୍ ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ତିରୁଭାଲୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି ଏବଂ ମହାନଗରର ତଳିଆ ଅଞ୍ଚଳରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଛି।

ଚେନ୍ନାଇରେ ବାତ୍ୟା ମିଚାଓଙ୍ଗ ପ୍ରଭାବରେ ପ୍ରବଳ ବର୍ଷା ହେବା ଯୋଗୁ ଚେନ୍ନାଇ ବିମାନବନ୍ଦରରେ ପାଣି ପଶି ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚେନ୍ନାଇରେ ଘର ଭିତରେ ପଶି ଗଲାଣି ବର୍ଷା ପାଣି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଉପରେ ଅନେକ ଗାଡି ଅଟକି ରହିଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.