ପ୍ରମୁଖ ଖବର

୫୦ ଦିନ ପରେ ମୁକୁଳିଲେ ଅରବିନ୍ଦ କେଜ୍ରିୱାଲ, ସୁପ୍ରିମକୋର୍ଟ ଆଜି ଅପରାହ୍ନରେ କେଜ୍ରିୱାଲଙ୍କୁ ଜୁନ ୧ ଯାଏ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ
ଏହି ନିର୍ଦ୍ଦେଶ ପରେ କେଜ୍ରିୱାଲ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଦାଖଲ କରି ଜେଲରୁ ଖଲାସ ହୋଇଛନ୍ତି
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ବଙ୍ଗୋପସାଗର ରେ ବାତ୍ୟା ‘ ମିଚାଉଙ୍ଗ ‘

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ବାତ୍ୟା ‘ ମିଚାଉଙ୍ଗ ‘ ଏହା ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟା ରେ ଭୀଷଣ ବାତ୍ୟା ରେ ପରିଣତ ହେବ। ୪ ତାରିଖ ଅପରାହ୍ନ ରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବ ଓ ଉତ୍ତର ଦିଗ ରେ ଅଗ୍ରସର ହୋଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ସମାନ୍ତରାଳ ଭାବରେ ଗତି କରି ୫ ତାରିଖ ରେ ଆନ୍ଧ୍ରପ୍ରଦେଶ ର ନେଲୋର୍ ଓ ମଛଲିପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷେତ୍ର କ୍ରମଶଃ ଦୁର୍ବଳ ହୋଇ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଉତ୍ତର ଆନ୍ଧ୍ର – ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିବ।

ଏହା ପ୍ରଭାବ ରେ ଆସନ୍ତା ୪ ତାରିଖ ରେ ଓଡ଼ିଶା ର ଦକ୍ଷିଣ ଜିଲ୍ଲା ରେ ବର୍ଷା ର ପ୍ରଭାବ ରହିବ। ଉପକୂଳ ଓଡ଼ିଶା ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୫-୬ ତାରିଖ ରେ ମାଲକାନାଗିରି, କୋରାପୁଟ , ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ( ୧୧-୨୦ସେମି ) ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼ , କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭-୧୧ ସେମି ) ହେବାର ସମ୍ଭାବନା ରହିଛି।

୪ ତାରିଖ ସନ୍ଧ୍ୟା ପରେ ଗଜପତି, ଗଞ୍ଜାମ , ପୁରୀ , ଜଗତସିଂହପୁର ଉପକୂଳ ରେ ପବନ ର ବେଗ ୩୫-୪୫ କିମି/ ଘଣ୍ଟା ରହିବ। ୦୫ ତାରିଖ ସନ୍ଧ୍ୟା ରୁ ୦୬ ସକାଳ ଯାଏଁ ପବନ ର ବେଗ ୪୦-୫୦ କିମି/ ଘଣ୍ଟା ରହିପାରେ। ସେହିପରି ମାଲକାନାଗିରି, ରାୟଗଡ଼ା, କୋରାପୁଟ ରେ ପବନ ର ବେଗ ୩୦-୪୦କିମି/ ଘଣ୍ଟା ରହିପାରେ। ଆସନ୍ତା ୦୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ।
ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.