ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ନେତାଙ୍କ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ

0

ଭୁବନେଶ୍ବର: ନେତାଙ୍କୁ ଚିନ୍ତାରେ ପକାଇଲାଣି ଡିପଫେକ୍ ଭିଡ଼ିଓ। ସାଇବର ଠକ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏବେଠୁ ସଜାଗ ହୋଇଛି ପୋଲିସ ।ପ୍ରଭାବଶାଳୀ ଲୋକଙ୍କ ଫୋଟୋ ଓ ଭିଡିଓ ବ୍ୟବହାର କରି ଆର୍ଟିଫିସିଆଲ ଇଣ୍ଟେଲିଜନ୍ସେ ମାଧ୍ୟମରେ ନକଲି ଭିଡିଓ ପ୍ରସ୍ତୁତ କରି ବଦନାମ କରନ୍ତି ସାଇବର ଠକ । ଏହା ଉପରେ ରୋକ ଲଗାଇବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ଡିପ ଫେକ ଭିଡିଓ ନେଇ ରାଜନୌତିକ ଦଳର ନେତାମାନେ ଚିନ୍ତା ପ୍ରକାଶ କରିଥିବା ବେଳେ କମିଶନରେଟ ପୋଲିସର ପଦେକ୍ଷପକୁ ସ୍ୱାଗତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନ ପୂର୍ବରୁ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ । ଚେହେରା ବଦଳିଯିବ, ବଦନାମ ହେବେ ନେତା ! ପର୍ଣ୍ଣ ଭିଡିଓ ବନାଇବା ଏବେ ହୋଇଯାଇଛି ସହଜ । ସାଇବର ଠକେଇକୁ ରୋକିବା ପାଇଁ କମିଶନରେଟ ପୋଲିସର ବ୍ଲୁପ୍ରିଣ୍ଟ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍‌ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ବଢ଼ିଛି ଚିନ୍ତା । ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍‌ କୁହାଯାଉଛି ।

ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେଣୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ । ସେପଟେ ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି ।

ଏସବୁକୁ ଚ୍ୟାଲେଞ୍ଜ ଦେବାପାଇଁ କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ। ସଫ୍ଟଓ୍ବେର କମ୍ପାନୀରେ କାମ କରୁଥିବା ଏହି ସାଇବର ଏକ୍ସପର୍ଟ ବିଭିନ୍ନ ଠକେଇ ନେଇ ମଧ୍ୟ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦେବେ ବୋଲି କହିଛନ୍ତି ଡିସିପି ।

Leave A Reply

Your email address will not be published.