ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମନ୍ତ୍ରୀଙ୍କ ଗାଡି ଧକ୍କାରେ ନାବାଳକ ଗୁରୁତର

0

ରାୟଗଡ଼ା: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଆଇନ୍‌ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଯାଇଥିଲେ। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗସ୍ତ ସାରି ସେଠାରୁ ଫେରିବା ସମୟରେ ବେଲକଣା ଗ୍ରାମ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲେ। ମନ୍ତ୍ରୀଙ୍କ ଗାଡ଼ି ବିଷମକଟକ ବ୍ଲକ ଢେପାଗୁଡା ନିବାସୀ ଗୁଣୁଲୁ ସୁଧୀରଙ୍କ ୪ ବର୍ଷ ବୟସର ଶିଶୁପୁତ୍ରଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁଁ ଶିଶୁର ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଛି।

ତେବେ ଦୁର୍ଘଟଣା ପରେ ଡ୍ରାଇଭର ସଂଘ ମନ୍ତ୍ରୀଙ୍କ ଗାଡ଼ିକୁ ଘେରିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ଦୁର୍ଘଟଣାର ଶିକାର ହୋଇଥିବା ଶିଶୁକୁ ଖୋଦ୍ ମନ୍ତ୍ରୀ ଜଗନ୍ନାଥ ସାରକା ନିଜ ଗାଡ଼ିରେ ଶିଶୁକୁ ଆଣି ଚିକିତ୍ସା କରାଉଛନ୍ତି। ବର୍ତ୍ତମାନ ଶିଶୁଟି ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ସୁସ୍ଥ ଥିବା ଜଣାପଡିଛି। ଶ୍ରୀ ସାରକା କହିଛନ୍ତି, ବେଗ ମନ୍ଥର ଥିବା ବେଳେ ଶିଶୁଟି ହଠାତ ଗାଡ଼ି ଆଗକୁ ଚାଲିଆସିଥିଲା। ଫଳରେ ଗାଡ଼ିର ସାମାନ୍ୟ ଧକ୍କାରେ ଶିଶୁଟି ତଳେ ପଡ଼ିଯାଇଥିଲା।

Leave A Reply

Your email address will not be published.