ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ଟ୍ରାଫିକ ଇନ୍ସପେକ୍ଟର । ଆୟବହିର୍ଭୁତ ସଂପତ୍ତିି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ ।

ଏହାପରେ ତାଳଚେରରେ ଥିବା ଭଡା ଘର ଓ ଅସ୍ତରଙ୍ଗରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଚଢ଼ାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ ନଗଦ ୩ ଲକ୍ଷ ୮ହଜାର ୭୫୦ ଟଙ୍କା ସହ ୩୩୬ ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ର କୁମାର ବେହେରାଙ୍କ ବାସଭବନରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢଉରୁ ନଗଦ ୨୪ ଲକ୍ଷ ୨୪ ହଜାର ଟଙ୍କା ଓ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି । ଏବେ ଜିତେନ୍ଦ୍ରଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

Leave A Reply

Your email address will not be published.