ପ୍ରମୁଖ ଖବର

ଚିଲ ନେଇଗଲା ଶ୍ରୀମନ୍ଦିର ପତିତପାବନ ବାନା
ହନୁମାନ ଜୟନ୍ତୀରେ ମୁତୟନ ହେବେ ୨୦୦ ପ୍ଲାଟୁନ୍‌ ଫୋର୍ସ, ଜଗିବ ଡ୍ରୋନ
ରାମ ମନ୍ଦିର ପାଖରୁ ଦୃଷ୍ଟିବାଧିତ ମା’ଠାରୁ ଶିଶୁ ପୁତ୍ରକୁ ଝାମ୍ପି ନେଲେ ଦୁର୍ବୃତ୍ତ
ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ
ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ
ମାର୍ଚ୍ଚ ୩୧ ସୁଧା ୯.୧୯ କୋଟି ଲୋକ ଦାଖଲ କରିଛନ୍ତି ଆଇଟିଆର ରିଟର୍ଣ୍ଣ
୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଅଟଳ ସେତୁକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ସମୁଦ୍ର ସେତୁ ଅଟଳ ସେତୁକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜକୁ ‘ଅଟଳ ବିହାରୀ ବାଜପାୟୀ-ସେୱାରୀ ହ୍ନାୱା ଅଟଳ ସେତୁ’ ନାମରେ ନାମିତ କରାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ପୋଲର ଶିଳାନ୍ୟାସ କରିଥିଲେ । ୧୭ ହଜାର ୮୪୩ କୋଟି ବ୍ୟୟରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାର ବଡ ସମୁଦ୍ର ସେତୁ ଅଟଳ ସେତୁ । ବ୍ରିଜ୍ ନିର୍ମାଣରେ ଲାଗିଛି ୨ ମେଟ୍ରିକ୍ ଟନ୍ ଷ୍ଟିଲ, ୫ ଲକ୍ଷ ମେଟ୍ରିକ୍ ଟନ୍ ସିମେଂଟ୍। ଏହି ବ୍ରିଜ୍ ଉପରେ ସର୍ବାଧିକ ୧୦୦ କି.ମି ବେଗରେ ଗାଡି ଚଳାଇ ପାରିବେ ଚାଳକ। ୨୧.୮ କିଲୋମିଟର ଲମ୍ବା ୬ ଲେନ୍ ବିିଶିଷ୍ଟ ଏହି ବ୍ରିଜକୁ ମୁମ୍ବାଇ ଟ୍ରାନ୍ସ ହାର୍ବର ସି-ଲିଙ୍କ ମଧ୍ୟ କୁହାଯାଉଛି । ସମୁଦ୍ର ସେତୁ ଉପରେ ଭାରି ଯାନ, ବାଇକ୍, ଅଟୋ ରିକ୍ସା ଏବଂ ଟ୍ରାକ୍ଟର ଯିବାର ଅନୁମତି ନାହିଁ। ସୁରକ୍ଷା ଦୃଷ୍ଟିରୁ ବ୍ରିଜ୍ ରେ ଲାଗିଛି ୪୦୦ ସିସି ଟିଭି କ୍ୟାମେରା।

ଏହି ସେତୁ ମୁମ୍ବାଇ ଓ ନଭି ମୁମ୍ବାଇକୁ ଯୋଡିଛି । ଯାହା ଦ୍ୱାରା ୨ ଘଂଟାର ବାଟକୁ ମାତ୍ର ୨୦ ମିନିଟରେ କରିହେବ । ଅଟଳ ସେତୁକୁ ଲୋକାର୍ପଣ କରିବା ସହ ଆୟୋଜିତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୨୨ କିଲୋମିଟର ଲମ୍ବା ଅଟଳ ସେତୁକୁ ନିର୍ମାଣ କରିବା ପାଇଁ ୭ ବର୍ଷ ସମୟ ଲାଗିଛି । ଏ ସେତୁ ମୁମ୍ବାଇରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବାରେ ଅନେକ ସହାୟକ ହେବ ।

Leave A Reply

Your email address will not be published.