ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଜାଲିକାଟୁ ଖେଳରେ ଅଘଟଣ ଘଟି ୨ମୃତ, ୪୦ ଆହତ

0

ଶିବଗଙ୍ଗା: ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ବୁଧବାର ଷଣ୍ଢ ପିଛା କରୁଥିବା ଖେଳ ମଞ୍ଜୁଭିରଟ୍ଟୁରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ମୃତ ନାବାଳକ ଜଣକ ପ୍ରତିଯୋଗୀ ଥିବାବେଳେ ଅନ୍ୟ ସବୁ ଦର୍ଶକ ଥିଲେ। ନାବଳକ ଜଣକ ଶଣ୍ଢକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଏହି ଅଘଟଣ ଘଟିଛି। ହଠାତ୍ ଶଣ୍ଢ ତାଙ୍କୁ ଆକ୍ରମଣ କରିବା ସହ ଦର୍ଶକଙ୍କ ଉପରେ ଚଢି ଯାଇଥିଲା। ଫଳରେ ପ୍ରତିଯୋଗୀଙ୍କ ସମେତ ଦର୍ଶକଙ୍କ ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ଜାଲିକାଟ୍ଟୁ ତାମିଲନାଡୁର ଏକ ପାରମ୍ପରିକ ପ୍ରତିଯୋଗିତା। ପୋଙ୍ଗଲ ମହୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତର୍କ ବିତର୍କ ହେଉଛି। ତଥାପି ଆଜି ଯାଏଁ ଏହା ଉପରେ ରୋକ୍ ଲଗାଯାଇ ପାରୁନାହିଁ। 

Leave A Reply

Your email address will not be published.