ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜାଲିକାଟୁ ଖେଳରେ ଅଘଟଣ ଘଟି ୨ମୃତ, ୪୦ ଆହତ

0

ଶିବଗଙ୍ଗା: ତାମିଲନାଡୁର ଶିବଗଙ୍ଗା ଜିଲ୍ଲାରେ ବୁଧବାର ଷଣ୍ଢ ପିଛା କରୁଥିବା ଖେଳ ମଞ୍ଜୁଭିରଟ୍ଟୁରେ ଜଣେ ନାବାଳକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ମୃତ ନାବାଳକ ଜଣକ ପ୍ରତିଯୋଗୀ ଥିବାବେଳେ ଅନ୍ୟ ସବୁ ଦର୍ଶକ ଥିଲେ। ନାବଳକ ଜଣକ ଶଣ୍ଢକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଏହି ଅଘଟଣ ଘଟିଛି। ହଠାତ୍ ଶଣ୍ଢ ତାଙ୍କୁ ଆକ୍ରମଣ କରିବା ସହ ଦର୍ଶକଙ୍କ ଉପରେ ଚଢି ଯାଇଥିଲା। ଫଳରେ ପ୍ରତିଯୋଗୀଙ୍କ ସମେତ ଦର୍ଶକଙ୍କ ମୃତ୍ୟୁ ଘଟିଛି।

ଉଲ୍ଲେଖଯୋଗ୍ୟ, ଜାଲିକାଟ୍ଟୁ ତାମିଲନାଡୁର ଏକ ପାରମ୍ପରିକ ପ୍ରତିଯୋଗିତା। ପୋଙ୍ଗଲ ମହୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତର୍କ ବିତର୍କ ହେଉଛି। ତଥାପି ଆଜି ଯାଏଁ ଏହା ଉପରେ ରୋକ୍ ଲଗାଯାଇ ପାରୁନାହିଁ। 

Leave A Reply

Your email address will not be published.