ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆସନ୍ତା ୨୨ ତାରିଖକୁ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୨୨ ତାରିଖକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସରକାର । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଧିନସ୍ଥ ଶିଳ୍ପାନୁଷ୍ଠାନ ଗୁଡିକ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ । ତେବେ ଓଡିଶା ରାଜ୍ୟ ସରକାର ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆସନ୍ତା ୨୨ ତାରିଖକୁ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟନୁଷ୍ଠାନ ବନ୍ଦ ରହିବ। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ଭାବନା ଓ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାମମନ୍ଦିରର ଉଦଘାଟନ ପାଇଁ କଣ ପ୍ରସ୍ତୁତି ରହିଛି ସେନେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାକୁ ଦୀପାବଳି ଭଳି ପାଳନ କରିବାକୁ କୁହାଯାଇଛି । ୨୨ ଜାନୁଆରୀରେ ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବା ସହ ଗରିବଙ୍କୁ ଖାଇବାକୁ ଦେବାକୁ କୁହାଯାଇଛି । ସେହିଭଳି ୨୨ ଜାନୁଆରୀ ପରେ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଅଯୋଧ୍ୟା ଆଣିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.