ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ

0

କୋଲକାତା : ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଛି ସାଙ୍ଗ। ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି ।

ମୃତକ ନାବଳକ ଜଣକ ହେଲେ ୧୮ ବର୍ଷୀୟ ପାପାଇ ଦାସ। ଗତ କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ନାବାଳକଙ୍କ ମାଆ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୋଲିସ। ଆସନ୍ତାକାଲି ସେମାନଙ୍କୁ ନାବାଳକ ନ୍ୟାୟ ବୋର୍ଡରେ ହାଜର କରାଯିବ। 

Leave A Reply

Your email address will not be published.