ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଲା ସାଙ୍ଗ

0

କୋଲକାତା : ପଶ୍ଚିମବଙ୍ଗର ମୁର୍ସିଦାଦ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଅନଲାଇନ୍ ଗେମ୍ ପାଇଁ ସାଙ୍ଗକୁ ମାରିଛି ସାଙ୍ଗ। ଅନଲାଇନ୍ ଗେମ୍ ଫ୍ରିଫାୟାରର ପାସଓ୍ୱାର୍ଡ ନଦେବାରୁ ନାବାଳକୁ ୪ ସାଙ୍ଗ ମିଶି ମାରିଦେଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ପୋଡି ଶରୀରକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ଜଣାପଡିଛି ।

ମୃତକ ନାବଳକ ଜଣକ ହେଲେ ୧୮ ବର୍ଷୀୟ ପାପାଇ ଦାସ। ଗତ କିଛି ଦିନ ଧରି ସେ ନିଖୋଜ ଥିବା ବେଳେ ଜାନୁଆରୀ ୧୫ ତାରିଖ ଦିନ ନିକଟ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ନାବାଳକଙ୍କ ମାଆ ପୂର୍ଣ୍ଣିମା ଦାସଙ୍କ ଅଭିଯୋଗ କ୍ରମେ ହତ୍ୟାକାଣ୍ଡରେ ସଂପୃକ୍ତ ୪ ନାବାଳକକୁ ଗିରଫ କରିଛି ପୋଲିସ। ଆସନ୍ତାକାଲି ସେମାନଙ୍କୁ ନାବାଳକ ନ୍ୟାୟ ବୋର୍ଡରେ ହାଜର କରାଯିବ। 

Leave A Reply

Your email address will not be published.