ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଭିଜିଲାନ୍ସ ଜାଲରେ ଆରଆଇ ଶରତ କୁମାର ଜେନା

0

ବନ୍ତ: ଭିଜିଲାନ୍ସ ଜାଲରେ ଫସିଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା। ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଅର୍ଥ ଜବତ କରାଯାଇଛି।

ସୂଚନାଯୋଗ୍ୟ; ଖାନାବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ। କିନ୍ତୁ ଆରଆଇ ଶରତ କୁମାର ଜେନା ଘରବାଡ଼ି ପଟ୍ଟା କରିଦେବା ପାଇଁ ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଆଜି ସେ ଆରଆଇ ଶରତ କୁମାର ଜେନାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଶରତ କୁମାର ଜେନା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍‌ ତାଙ୍କୁ ଧରିଥିଲା।

ଏହାପରେ ଆରଆଇ ଶରତ କୁମାର ଜେନାଙ୍କ କାର୍ଯ୍ୟାଳୟ ଓ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.