ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ଭିଜିଲାନ୍ସ ଜାଲରେ ଆରଆଇ ଶରତ କୁମାର ଜେନା

0

ବନ୍ତ: ଭିଜିଲାନ୍ସ ଜାଲରେ ଫସିଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା। ଜଣେ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଅର୍ଥ ଜବତ କରାଯାଇଛି।

ସୂଚନାଯୋଗ୍ୟ; ଖାନାବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରିବା ପାଇଁ କେନ୍ଦୁଆପଦା ଆରଆଇ ଅଫିସରେ ଆବେଦନ କରିଥିଲେ। କିନ୍ତୁ ଆରଆଇ ଶରତ କୁମାର ଜେନା ଘରବାଡ଼ି ପଟ୍ଟା କରିଦେବା ପାଇଁ ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଆଜି ସେ ଆରଆଇ ଶରତ କୁମାର ଜେନାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଶରତ କୁମାର ଜେନା ଲାଞ୍ଚ ନେବା ବେଳେ ପୂର୍ବରୁ ଜଗି ରହିଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍‌ ତାଙ୍କୁ ଧରିଥିଲା।

ଏହାପରେ ଆରଆଇ ଶରତ କୁମାର ଜେନାଙ୍କ କାର୍ଯ୍ୟାଳୟ ଓ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.