ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ। ବଦଳିଲେ ୧୭ ଜିଲ୍ଲାର ଜିଲ୍ଲାପାଳ। ୩୮ ଆଇଏଏସ୍ ଅଫିସରଙ୍କ ବଦଳି। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଞ୍ଜନ କୁମାର ଦାସ ହେଲେ କେନ୍ଦ୍ରାଞ୍ଚଳ ଆରଡିସି। ଏହାସହିତ ତାଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ହୋଇଛନ୍ତି ସମର୍ଥ ବର୍ମା ।
ସେହିପରି ବିଜୟ କୁମାର ଦାସ ପୁରୀର ନୂଆ ଜିଲ୍ଲାପାଳ ହୋଇଥିବାବେଳେ ଆଶିଷ ଠାକରେ ମୟୂରଭଞ୍ଜ , ବିନିତ ଭରଦ୍ବାଜ କଟକ, ଚଞ୍ଚଳ ରଣା ଖୋର୍ଦ୍ଧା, ସ୍ବଧାଦେବ ସିଂ ନୟାଗଡ଼ ଜିଲ୍ଲାପାଳ ହୋଇଛନ୍ତି । ଅବଦ୍ଦଲ ଅକ୍ତାର ଅନୁଗୁଳ, ବିଶାଲ ସିଂ କେନ୍ଦୁଝର, ଶୁଭଙ୍କର ମହାପାତ୍ର ଯାଜପୁର, କୀର୍ତ୍ତିଭାସନ କୋରାପୁଟ, ଏସ.ଏମ. ବିକାଶ କେନ୍ଦ୍ରାପଡ଼ା, ଜେ. ସୋନାଲ ବୌଦ୍ଧ, ଏ. ସୁନୀଲ ସମ୍ବଲପୁର, ଆଦିତ୍ୟ ଗୋଏଲ ବରଗଡ଼, ଅନ୍ୟା ଦାସ ସୋନପୁର, ମନୋଜ ସତ୍ୟମ ମହାଜନ ରାୟଗଡ଼ା, ପିଏସ. ପ୍ରକାଶ ମାଲକାନଗିରି, ଗୌରବ ଶିବରାଜ ଇସଲଓ୍ବାର ବଲାଙ୍ଗୀର ଜିଲ୍ଲାପାଳ ହୋଇଛନ୍ତି।
ସେହିପରି ୨୦୧୯ ବ୍ୟାଚ୍ ଆଇଏଏସ୍ ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ସମ୍ବଲପୁର ଜିଲ୍ଲାପାଳ, ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋଏଲଙ୍କୁ ବରଗଡ଼ ଜିଲ୍ଲାପାଳ, ଗୌରବ ଶିବାଜୀ ଈଶାଲ୍ୱରଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
୨୦୨୦ ବ୍ୟାଚ୍ ଆଇଏଏସ୍ ମଧୁମିତାଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଆଇଏଏସ୍ ବିଭୂତି ଭୂଷଣ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ୨୦୨୧ ବ୍ୟାଚ୍ ଆଇଏଏସ୍ ଧୀନାହ ଦସ୍ତଗରଙ୍କୁ ଗଞ୍ଜାମ ଉପଜିଲ୍ଲାପାଳ, ରୀନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦ ରାଜସିକ୍ରେଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ, କିରନଦୀପ କୌର ସାହୋଟାଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ରେହାନ କ୍ଷତ୍ରୀଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ, ଧୀମନ ଚକମାଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।
ସୋନପୁର ଜିଲ୍ଲାପାଳ ଓଏଏସ୍ ବିମଳେନ୍ଦୁ ରାୟଙ୍କୁ ଇପିଏମ୍ ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାପାଳ ଓଏଏସ୍ ନୃସିଂହ ଚରଣ ସ୍ୱାଇଁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳରୁ ହଟାଇ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।