ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

0

ନୂଆଦିଲ୍ଲୀ : କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ । ଦୁଇ ଥର ମୁଖ୍ୟମନ୍ତ୍ରୀ ତଥା ବିହାରର ଦ୍ବିତୀୟ ଉପମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ  ଭାରତ ରତ୍ନ ପ୍ରଦାନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ମୃତ୍ୟୁର ୩୫ ବର୍ଷ ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଆସନ୍ତାକାଲି କର୍ପୂରୀ ଠାକୁରଙ୍କ ଶତବାର୍ଷିକୀ ଜୟନ୍ତୀ ଥିବା ବେଳେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଫିସ ପକ୍ଷରୁ କରାଯାଇଛି ଏହି ଘୋଷଣା

ସୂଚନାଯୋଗ୍ୟ; କର୍ପୂରୀ ଠାକୁର ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ । ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ କର୍ପୂରୀ ଠାକୁର । କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଗତକାଲି ଜେଡିୟୁ ନେତା ଭାରତ ରତ୍ନ ଦେବା ସହି ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ । ଜାନୁଆରୀ ୨୪ ତାରିଖ ବିହାରରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଜନ ନେତା କର୍ପୁରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ ।

Leave A Reply

Your email address will not be published.