ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଅଚଳ ହେବ ‘ପେ-ଟିଏମ’

0

ନୂଆଦିଲ୍ଲୀ: ଦେଶର ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ। କିନ୍ତୁ ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ମାତ୍ର ସଂଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ ।

ଫେବ୍ରୁଆରୀ ୨୯ ପରଠୁ ‘ପେ-ଟିଏମ’ରେ ହୋଇପାରିବନି ଡିପୋଜିଟ୍ ଓ କାମ ଦେବନି ୱାଲେଟ ବ୍ୟବସ୍ଥା। ତେବେ ‘ପେ-ଟିଏମ’ରେ ଥିବା ଗ୍ରାହକଙ୍କ ଟଙ୍କା ସରିବା ଯାଏ ଏହାକୁ ସେ ବ୍ୟବହାର କରିପାରିବେ। ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପାଳନ କରୁ ନଥିବାରୁ ‘ପେ-ଟିଏମ’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କ ଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ ।

Leave A Reply

Your email address will not be published.