ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କିଏ ଦମ୍ ଦେଖାଇଲା, ଦୀପିକା ନା ଦେବଗନ୍

0

ନୂଆଦିଲ୍ଲୀ: ସଲମାନ୍ ଖାଁ ଓ ଅମୀର ଖାଁଙ୍କ ଚଳଚ୍ଚିତ୍ର ନେଇ ପୂର୍ବରୁ ବଲିଉଡ୍ ଜଗତରେ ଅନେକ ବାର ଚହଳ ପଡିଛି। ଏଥର କିନ୍ତୁ ଏକାଥରକେ ଦୁଇଟି ଭିନ୍ନ ଭିନ୍ନ ବିଚାର ଧାରାର କଥାବସ୍ତୁ ଧରି ଆସିଥିଲେ ଆଉ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଅଜୟ ଦେବଗନ୍। ୨୦୦୫ ମସିହାର ଏକ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଗୋଟିଏ ବାଳିକା (ଲକ୍ଷ୍ମୀ ଅଗ୍ରଵାଲ)ର ସଂଘର୍ଷମୟ ଜୀବନ ଓ ପରବର୍ତୀ ସମୟରେ ଏସିଡ୍ ଆକ୍ରମଣକାରୀଙ୍କ ବିରୋଧରେ ଅଦାଲତରେ ତାର ଲଢେଇ ଭଳି ଅତି ସଙ୍ଗିନ୍ ଚଳଚ୍ଚିତ୍ର ଧରି ଓହ୍ଲାଇଥିଲେ ଦୀପିକା। ଫିଲ୍ମ ନାଁ ଥିଲା ଛପାକ୍।

ସେପଟେ ସପ୍ତଦଶ ସମୟର ଏକ ଯୋଦ୍ଧା, ଯିଏ କି ଛତ୍ରପତି ଶିବାଜୀଙ୍କ ସପକ୍ଷରେ ରହି ମୋଗଲଙ୍କ ବିରୋଧରେ ଲଢିଥିଲେ। ତାନାଜୀ ମାଲୁସାରେଙ୍କ ବୀରଗାଥାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ତାନାଜୀକୁ ଧରି ଏକାସାଙ୍ଗରେ ମଇଦାନରେ ମୁକାବିଲା ପାଇଁ ପାଗ ଭିଡିଥିଲେ ଅଜୟ ଦେବଗନ।

ଚଳଚ୍ଚିତ୍ର ବ୍ୟବସାୟ ସଂପର୍କରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ତରନ ଆଦର୍ଶଙ୍କ ଟ୍ବିଟ୍ ସୂଚାଇଛି, ଦୀପିକାଙ୍କୁ ମାତ୍ ଦେଇ କାହିଁ କେତେ ଉପରେ ରହି ବକ୍ସ ଅଫିସରେ ଚହଳ ପକାଇଛନ୍ତି ଅଜୟ ଦେବଗନ୍। ପ୍ରଥମ ଦିନରେ ଅଜୟଙ୍କ ଚଳଚ୍ଚିତ୍ର ୧୫.୧ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଏହି ଫିଲ୍ମକୁ ନେଇ ମହାରାଷ୍ଟ୍ରରେ ହଇଚଇ ଖେଳିଯାଇଛି। ସେପଟେ ମାତ୍ର ୪.୭୭ କୋଟି ଟଙ୍କାର ବ୍ୟବସାୟ କରିବାକୁ ସକ୍ଷମ ହୋଇଛି ଦୀପିକା ପାଦୁକୋନଙ୍କ ଫିଲ୍ମ। ଏସିଡ୍ ଆକ୍ରମଣ ଭଳି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲେ ହେଁ ଏହା ପ୍ରଭାବହୀନ ହୋଇପଡିଛି।

ଆଗକୁ ଦେଖିବା କଥା ଦ୍ବିତୀୟ ଓ ତୃତୀୟ ଦିନରେ ଏମାନେ କେତେ ବ୍ୟବସାୟ କଲେ। ଅଜୟ ରେକର୍ଡ କରୁଛନ୍ତି ନା ନାହିଁ? ଦୀପିକାଙ୍କ ପ୍ରତି ଛପାକ୍ ପ୍ରତି ଦର୍ଶକ ଆଦର ଫେରୁଛି ନା ନାହିଁ?

Leave A Reply

Your email address will not be published.