ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ

0

ନୂଆଦିଲ୍ଲୀ: ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନ ଇଲେକ୍ସନ ତାରିଖ ଘୋଷଣା କରିବେ।

ସାଧାରଣ ନିର୍ବାଚନ ଲାଗି  ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। କାଲି ଅପରାହ୍ନ ୩ଟାରେ ହେବ ନିର୍ବାଚନ ତାରିଖ ଘୋଷଣା। ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ପୋଲ୍ ପ୍ୟାନେଲ ମୁଖ୍ୟ ରାଜୀବ କୁମାର। ତାରିଖ ଘୋଷଣା ନେଇ ଏକ୍ସରେ  ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ସିକ୍କିମ ହେବ ବିଧାନସଭା ନିର୍ବାଚନ। ଜାମ୍ମୁ କାଶ୍ମୀରରେ ନିର୍ବାଚନ ନେଇ ମଧ୍ୟ ହୋଇପାରେ ତାରିଖ ଘୋଷଣା। ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ ଦେଶର ସାଧାରଣ ନିର୍ବାଚନ। ଚଳିତ ଥର ୭ରୁ ୮ ପର୍ଯ୍ୟାୟରେ ହୋଇପାରେ ସାଧାରଣ ନିର୍ବାଚନ।

Leave A Reply

Your email address will not be published.