ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ୧,୨୨,୭୫୩ ଭୋଟରେ ପରାସ୍ତ କରିଛନ୍ତି। ହସିରାଣୀଙ୍କୁ ୧,୬୪,୪୨୭ ଭୋଟ ମିଳିଥିବା ବେଳେ ମିଲନଙ୍କ ସପକ୍ଷରେ ୪୧,୬୭୪ ଭୋଟ ପଡ଼ିଛି।

ପୂର୍ବ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଓ ଭବାନୀପୁର—ଏହି ଦୁଇଟି ଆସନରୁ ବିଜୟୀ ହୋଇଥିଲେ। ପରେ ସେ ଭବାନୀପୁର ଆସନ ନିଜ ପାଖରେ ରଖି ନନ୍ଦିଗ୍ରାମ ଆସନରୁ ଇସ୍ତଫା ଦେଇଥିଲେ। ଏହା ପରେ ଏଠାରେ ଉପନିର୍ବାଚନ ହୋଇଥିଲା। ବିଜେପି ଏହି ଆସନରେ ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମା’ ହସିରାଣୀଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସର ପ୍ରାର୍ଥୀ ନିର୍ବାଚନରୁ ଓହରିଯିବା ପରେ ମମତା ବାନାର୍ଜୀଙ୍କ ଦଳ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଜଣାଇଥିଲା। ଅକ୍ଟୋବର ୬ ତାରିଖରେ ଏଠାରେ ମତଦାନ ହୋଇଥିଲା। ହସିରାଣୀଙ୍କ ଏହି ବିପୁଳ ବିଜୟ ନନ୍ଦିଗ୍ରାମରେ ବିଜେପିର ସ୍ଥିତିକୁ ଆହୁରି ମଜଭୁତ କରିଛି।

Leave A Reply

Your email address will not be published.