ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ଏପ୍ରିଲ ୨୫ରୁ ଖରା ଛୁଟି

0

ଭୁବନେଶ୍ବର: ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଅସହ୍ୟ ଖରାକୁ ଗୁଳୁଗୁଳି ପାଇଁ ଦିନ ୮ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏମିତି ସ୍ଥିତିରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି ।

ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସକାଳୁଆ ସ୍କୁଲ ଘୋଷଣା କରିଥିଲେ। ଏବଂ ପରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବାରୁ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.