ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ଓଡ଼ିଶା ଛାଡିବେ ରୁପା

0

ଭୁବନେଶ୍ବର: ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ଓଡ଼ିଶା ଛାଡିବେ। ରୁପାଙ୍କ କେନ୍ଦ୍ରୀୟ ଡେପୁଟେସନ୍ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ କାର୍ମିକ ମନ୍ତ୍ରାଳୟ ଆଜି ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ସେ ପାଞ୍ଚବର୍ଷ ପାଇଁ କେନ୍ଦ୍ରରେ ଦାୟିତ୍ବ ତୁଲାଇବେ। ତାଙ୍କୁ ଆଜି କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦେଶିକା ଭାବେ ନିଯୁକ୍ତି ମିଳିଛି। ତିନି ସପ୍ତାହ ମଧ୍ୟରେ ରୁପାଙ୍କୁ ବର୍ତମାନର ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଆସିଛି।

ନିକଟରେ ରୁପାଙ୍କୁ ରାଜ୍ୟ ସରକାର କମିସନର ପାହ୍ୟାକୁ ପଦୋନ୍ନତି ଦେଉଥିଲେ। ସ୍ବାଭାବିକ ଆଇଏଏସ୍ ଟପର ଏହି ଅଧକାରୀଙ୍କୁ ଏକ ନିର୍ଦିଷ୍ଟ ବିଭାଗର ସଚିବ ଭାବେ ଦେଖିବା ଲାଗି ଆଗ୍ରହ ରଖିଥିଲେ। ମାତ୍ର ଏହା ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ତାଙ୍କୁ ‌‌େରାକିବା ଲାଗି ଚାହିଁନଥିଲେ। ଶେଷରେ ତାଙ୍କୁ ସେହି ପାନୀୟ ଜଳ ଓ ପରିମଳ ଦାୟିତ୍ବ ମିଳିଛି, ଯେଉଁ ଦାୟିତ୍ବ ଏବେ ସେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧୀନରେ ରହି ତୁଲାଉଛନ୍ତି।

Leave A Reply

Your email address will not be published.