ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

କେମିକାଲ ଫ୍ୟାକ୍‌ଟ୍ରୀ ବିସ୍ଫୋରଣ: ୬ ମୃତ୍ୟୁ, ୨୫ ଆହତ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ ଫ୍ୟାକ୍‌ଟ୍ରୀରେ ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

ଅମୁଦାନ କେମିକାଲ୍ ନାମକ ଫ୍ୟାକ୍‌ଟ୍ରୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଫ୍ୟାକ୍‌ଟ୍ରୀର ଏକ ବଏଲରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ଫ୍ୟାକ୍‌ଟ୍ରୀରେ ନିଆଁ ଲାଗି ଯାଇଥିଲା। ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ଭାଙ୍ଗି ଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଡୋମ୍ବିଭାଲୀ ଏମଆଇଡିସିର ଅମୁଦାନ କେମିକାଲ୍ କମ୍ପାନୀରେ ବଏଲର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାରେ ୮ ଜଣଙ୍କୁ ନିଲମ୍ବିତ କରାଯାଇଛି। ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି। ଫଡନବୀଶ କହିଛନ୍ତି ଯେ ସେ  କଲେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଏନଡିଆରଏଫ, ଏସଡିଆରଏଫ, ଫାୟାର ବ୍ରିଗେଡର ଦଳ ପହଞ୍ଚିଛନ୍ତି ।

Leave A Reply

Your email address will not be published.