ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

0

ଝାଡଖଣ୍ଡ: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି। ମୃତ ମାଓବାଦୀ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅଡ଼କି ଥାନା ଚାରିସିଉଦ ଗାଁର ବୁଧୁରାମ ମୁଣ୍ଡା।

ଗୁଳି ବିନିମୟ ପରେ ସୁରକ୍ଷା କର୍ମୀ ଗୋଟିଏ ୯ ଏମଏମ ପିସ୍ତଲ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ସହ ବହୁ ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ଜରେଇକେଲା ଥାନା ଅନ୍ତର୍ଗତ ବଳିଆଡ଼ିହି ଜଙ୍ଗଲରେ ଚାରି ଜଣିଆ ମାଓବାଦୀ ଦଳ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇବା ପରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ।

Leave A Reply

Your email address will not be published.