ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୪୫ ଘଣ୍ଟିଆ ଧ୍ୟାନ ଶେଷ କଲେ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୫ ଘଣ୍ଟିଆ ଧ୍ୟାନ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ଶେଷ କରି କନ୍ୟାକୁମାରୀ ଯାଇ ଧ୍ୟାନରେ ବସିଥିଲେ। ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ଘଣ୍ଟା ଧ୍ୟାନରେ ବସିଥିଲେ।

ସୂଚନାନୁସାରେ, ସ୍ୱାମୀ ବିବେକାନନ୍ଦ ଯେଉଁ ସ୍ଥାନରେ ଧ୍ୟାନ କରିଥିଲେ ସମାନ ସେହି ଧ୍ୟାନ ମଣ୍ଡପରେ ମୋଦି ଦିନ ରାତି ବସି ଧ୍ୟାନ କରିଥିଲେ। ମେ ୩୦ ରେ ହେଲିକପ୍ଟର ଯୋଗେ ନିକଟସ୍ଥ ତିରୁଭନନ୍ତପୁରମରୁ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭଗବତୀ ଆମ୍ମାନ ମନ୍ଦିରରେ ପୂଜା କରିଥିଲେ ଏବଂ ଏକ ଜାହାଜ ଦ୍ୱାରା ବିବେକାନନ୍ଦ ମେମୋରିଆଲରେ ଶିଳା ନିକଟରେ ପହଞ୍ଚି ଧ୍ୟାନ ଆରମ୍ଭ କରିଥିଲେ। ନରେନ୍ଦ୍ର ମୋଦୀ ସୂର୍ଯ୍ୟୋଦୟ ସମୟରେ ବିବେକାନନ୍ଦ ରକ୍ମେ ମୋରିଆଲରେ ‘ସୂର୍ଯ୍ୟ ଅର୍ଘ୍ୟ ‘ ଅର୍ପଣ କରିବା ପରେ ଶନିବାର ତୃତୀୟ ତଥା ଅନ୍ତିମ ଦିନରେ ତାଙ୍କର ଧ୍ୟାନ ଅଭ୍ୟାସ ଆରମ୍ଭ କରିଥିଲେ। ଧ୍ୟାନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ହାତରେ ‘ଜପାମାଳି ‘ ଧରି ମଣ୍ଡପରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଧ୍ୟାନ ଅଭ୍ୟାସ ଆଜି ଶେଷ ହୋଇଛି ଏବଂ ବର୍ତ୍ତମାନ ସେ ଦିଲ୍ଲୀ ଫେରିଛନ୍ତି |

Leave A Reply

Your email address will not be published.