ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏକା ଲଢ଼ିବ ଆପ୍‌

0

ନୂଆଦିଲ୍ଲୀ: ଚଳିତ ଲୋକସଭାରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କ୍ଷମତାସୀନ ଆପ୍‌ ନେଇଛି ବଡ଼ ନିଷ୍ପତ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ଏକାକୀ ଲଢ଼ିବ ବୋଲି ଆଜି ଘୋଷଣା କରିଛି।

ସୂଚନା ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ସାମିଲ ଥିଲେ । ଏହି ବୈଠକ ପରେ ବଡ଼ ଘୋଷଣା କରିଛି ଆପ୍‌। ଦିଲ୍ଲୀରେ ଆମ ଆଦମି ପାର୍ଟି ଏକାକୀ ବିଧାନସଭା ନିର୍ବାଚନ ଲଢିବା ନେଇ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଆପ୍‌ ଦିଲ୍ଲୀ ସଂଯୋଜକ ଗୋପାଳ ରାୟ।

ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ଉଭୟ ମିଶି ନିର୍ବାଚନ ଲଢିଥିଲେ । କିନ୍ତୁ ଏହି ନିର୍ବାଚନରେ ଆପ୍‌ ପରାଜୟ ବରଣ କରିଥିବା ବେଳେ ସମସ୍ତ ୭ଟି ଆସନକୁ ପୋଛି ନେଇଛି ବିଜେପି । ଏଣୁ ଆଗାମୀ ବିଧାନସଭା ନିର୍ବାଚନରେ ଆପ୍‌ ଏକାକୀ ନିର୍ବାଚନ ଲଢିବ, କିନ୍ତୁ ତାନାସାହି ବିରୋଧରେ ଲଢେଇ ଜାରି ରହିବ ବୋଲି ଗୋପାଳ କହିଛନ୍ତି। ମନ୍ତ୍ରୀ ଗୋପାଳ ରାଏ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କଂଗ୍ରେସ ସହ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହୋଇନାହିଁ। ଆମେ ଏକାକୀ ନିର୍ବାଚନ ଲଢ଼ିବୁ।

Leave A Reply

Your email address will not be published.